ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ରେଲଓ୍ବେ ଟ୍ରାକ୍‌ ଉଡ଼ାଇଲେ ମାଓବାଦୀ

0

ସୁନ୍ଦରଗଡ଼: ଶହୀଦ ସପ୍ତାହରେ ମାଓବାଦୀଙ୍କ ହିଂସାକାଣ୍ଡ। ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି। ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଛି ଓ ଟ୍ରାକରେ ଖାତ ସୃଷ୍ଟି ହୋଇଛି। ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ସୂଚନାଥାଉକି, ବିସ୍ପୋରଣ ସ୍ଥଳଠୁ ଏକ କିଲୋମିଟର ବ୍ୟବଧାନରେ ମାଓପୋଷ୍ଟର ଲଗାଇଛନ୍ତି।

ସୁରକ୍ଷା ଦୃଷ୍ଟିକୋଣରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ରା, ଭାଲୁଲତା ଓ ଜରାଇକେଲା ରେଳଷ୍ଟେସନରେ ଆର୍‌ପିଏଫ୍ ଓ ଆର୍‌ପିଏସ୍‌ଏଫ୍ ମୁତୟନ କରାଯାଇଛି। ସମ୍ବେଦନଶୀଳ ମାର୍ଗରେ ଏକ୍ସପ୍ରେସ‌୍ ଓ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକର ଯାତ୍ରା ପୂର୍ବରୁ ମାଲବାହୀ ଟ୍ରେନ୍‌ ଚଳାଇବା ପାଇଁ ନିର୍ଦ୍ଦେଶ ଜାରିହେଇଛି। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ରେଳବାଇ ହେଲ୍ପଲାଇନ୍ କିମ୍ବା ନିକଟତମ ରେଳଷ୍ଟେସନକୁ ଜଣାଇବାକୁ ରେଳ ପ୍ରଶାସନ ଯାତ୍ରୀଙ୍କୁ ନିବେଦନ କରାଯାଇଛି।

Leave A Reply

Your email address will not be published.