ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଯୁଦ୍ଧ ପୀଡ଼ିତ ଓ ପରିବାର କଲ୍ୟାଣ ପାଇଁ ଜିନ୍ଦଲ ଷ୍ଟିଲ୍ କର୍ମଚାରୀଙ୍କ ପକ୍ଷରୁ ୨କୋଟି ଟଙ୍କାର ସହାୟତା

0

ନୂଆଦିଲ୍ଲୀ, ୧୪ ଅଗଷ୍ଟ ୨୦୨୫: ସ୍ୱାଧୀନତାର ୭୯ତମ ବର୍ଷ ପୂର୍ତ୍ତିର ପୂର୍ବ ସନ୍ଧ୍ୟାରେ ଜିନ୍ଦଲ ଷ୍ଟିଲ କର୍ମଚାରୀ ମାନେ ଦେଶଭକ୍ତିର ନିଦର୍ଶନ ସୂରୁପ ଅପରେସନ ସିନ୍ଦୁରର ସଫଳତା ଉପଲକ୍ଷେ ପ୍ରଭାବିତ ସୈନିକ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ୨କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ଏଠାରେ ସୂଚନା ଯୋଗ୍ୟ ପହଲଗାମରେ ନିରୀହ ପର୍ଯ୍ୟଟଙ୍କୁ ହତ୍ୟା ପରେ ଭାରତୀୟ ସେନାର ବୀର ସୈନିକମାନେ ମେ ମାସରେ ଅପରେସନ ସିନ୍ଦୁର ଆରମ୍ଭ କରିଥିଲେ। ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରି ଦେଶର ସମ୍ମାନ ବଢ଼ାଇଥିଲେ। ଦେଶ ପ୍ରତି ଭାରତୀୟ ସେନାର ଏହି ସର୍ବୋଚ୍ଚ ଯୋଗଦାନ ପାଇଁ ଜିନ୍ଦଲ ଷ୍ଟିଲର କର୍ମଚାରୀମାନେ ସ୍ୱେଚ୍ଛାରେ ପ୍ରଭାବିତ ସୈନିକ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ଗୋଟିଏ ଦିନର ଦରମା ପାଖାପାଖି ୨କୋଟି ଟଙ୍କା ପ୍ରଦାନ କରିଛନ୍ତି।

କୁରୁକ୍ଷେତ୍ରର ମାନ୍ୟବର ସାଂସଦ ଓ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଆଜି ନୂଆଦିଲ୍ଲୀରେ ମାନ୍ୟବର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ଭେଟି କର୍ମଚାରୀଙ୍କ ଏହି ଅନୁଦାନ ରାଶି ୨କୋଟି ଟଙ୍କାର ଚେକ୍ ଆନୁଷ୍ଠାନିକ ଭାବେ ପ୍ରଦାନ କରିଛନ୍ତି।
ଶ୍ରୀ ଜିନ୍ଦଲ କହିଛନ୍ତି, “ ଆମ ସୈନିକ ଆମ ଦେଶର ପ୍ରକୃତ ରକ୍ଷକ। ସେମାନଙ୍କ ସାହସ, ତ୍ୟାଗ ଓ ଭାରତର ସୁରକ୍ଷା ପ୍ରତି ସେମାନଙ୍କ ଅତୁଟ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରେରଣା ଦେଉଛି। ଜିନ୍ଦଲ ଷ୍ଟିଲ ପରିବାରର ଏହି ଯୋଗଦାନ ସେମାନଙ୍କ ସେବା ମନୋଭାବକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପରିବାର ସଦସ୍ୟଙ୍କ ସାଥୀରେ ଠିଆ ହେବାର ବିନମ୍ର ପ୍ରୟାସ।”

ଏହି ସହଯୋଗ ଜିନ୍ଦଲ ଷ୍ଟିଲର ସେହି ପରମ୍ପରାର ଅଂଶ, ଯେଉଁଥିରେ କମ୍ପାନୀ ସବୁବେଳେ କଷ୍ଟକର ସମୟରେ ଦେଶ ଓ ଦେଶର ରକ୍ଷକଙ୍କ ସହ ଛିଡ଼ା ହୋଇଛି। କୋଭିଡ- ୧୯ ସମୟରେ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ପିଏମ କେୟାର୍ସ ଫଣ୍ଡକୁ ମଧ୍ୟ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଦିଲ୍ଲୀ, ଓଡ଼ିଶା ଓ ଛତିଶଗଡ଼ ସମେତ ୧୩ଟି ରାଜ୍ୟର ଡାକ୍ତରଖାନାକୁ ମାଗଣା ଲିକ୍ୱିଡ୍ ଅକ୍ସିଜେନ ପ୍ରଦାନ, ଅନେକ ରାଜ୍ୟରେ ଅସହାୟଙ୍କୁ ମାଗଣା ଭୋଜନ, ପିପିଇ କିଟ୍, ଉନ୍ନତ ଚିକିତ୍ସା ସୁବିଧା ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତି ପାଇଁ କମ୍ପାନି ପକ୍ଷରୁ ସହାୟତା ପ୍ରଦାନ କରାଯାଇଥିଲା।

୨୦୧୩ରେ ଉତ୍ତରାଖଣ୍ଡ କେଦାରନାଥରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ କମ୍ପାନି ପକ୍ଷରୁ ତ୍ୱରିତ ସହାୟତା ଯୋଗାଇ ଦିଆଯାଇଥିଲା। ଏହିପରି ଅନେକ ରାଷ୍ଟ୍ରୀୟ ସଂକଟ ସମୟରେ ଜିନ୍ଦଲ ଷ୍ଟିଲ ସର୍ବଦା ଦେଶ ସହ ଠିଆ ହୋଇଛି ।

Leave A Reply

Your email address will not be published.