ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଅର୍ଚ୍ଚନା ନାଗଙ୍କ ଘର ସିଲ୍‌ କଲା ଇଡି

0

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ଘର ସିଲ୍‌ କଲା ଇଡି। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ଇଡି। ପୂର୍ବରୁ ୨୦୨୨ ଅର୍ଥ କାରବାର ମାମଲାରେ କୋର୍ଟ ଅର୍ଚ୍ଚନାଙ୍କୁ ଘର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ରହିଛି।

ଭୁବନେଶ୍ଵର ସତ୍ୟବିହାରସ୍ଥିତ ଅର୍ଚ୍ଚନା ନାଗଙ୍କ G+2 କୋଠାକୁ ଆଟାଚ କରିବା ସହିତ ତାହାକୁ ସିଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଶୁକ୍ରବାର ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ଘରେ ଚଢ଼ାଉ କରାଯିବା ସହିତ ଏହି ପଦକ୍ଷେପ ନିଆଯାଇଛି।

ସୂଚନାଥାଉକି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା । ୨୦୨୨ରେ ଏକ ହନି-ଟ୍ରାପ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ସେ ଭୁବନେଶ୍ୱରର ଝାରପଡ଼ା ଜେଲରେ ପ୍ରାୟ ୧୪ ମାସ ଥିଲେ।

Leave A Reply

Your email address will not be published.