ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭୁବନେଶ୍ବରରୁ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ

0

ଭୁବନେଶ୍ବର: ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ମହିଳା କନେଷ୍ଟବଳ ନିଖୋଜ। ଭୁବନେଶ୍ୱରରେ ସେପ୍ଟେମ୍ବର ୬ରୁ ଜଣେ ମହିଳା ଟ୍ରାଫିକ୍ କନଷ୍ଟେବଳ ନିଖୋଜ ଥିବା ନେଇ ସୂଚନା ମିଳିଛି।ଯେଉଁ ବ୍ୟକ୍ତି ତାଙ୍କ ବିଷୟରେ ସୂଚନା ଦେବ କମିଶନରେଟ୍ ପୋଲିସ ତାଙ୍କୁ ୨୫୦୦୦ ଟଙ୍କା ନଗଦ ପୁରସ୍କାର ଦେବା ନେଇ ଘୋଷଣା କରିଛନ୍ତି। ଏଥିସହିତ କମିଶନରେଟ୍ ପୋଲିସ, ୟୁପିଡି ଭୁବନେଶ୍ୱର ପକ୍ଷରୁ ତାଙ୍କ ଫଟୋ ମଧ୍ୟ ଜାରି କରିଛନ୍ତି। ଯେକୌଣସି ସୂଚନା ପ୍ରଦାନ କରିବା ପାଇଁ ଏକ ଫୋନ୍ ନମ୍ବର ଏବଂ ଏକ ହ୍ୱାଟ୍ସଆପ୍ ନମ୍ୱର ମଧ୍ୟ କମିଶନରେଟ ପୋଲିସ ସେୟାର କରିଛି।

ନିଖୋଜ ହୋଇଥିବା କନଷ୍ଟେବଳ ଖୋର୍ଦ୍ଧା ଟାଉନ୍ ପୋଲିସ ଥାନା ଅନ୍ତର୍ଗତ ପିଚୁକୁଲିର ଦୁର୍ଯ୍ୟଧନ ସାହୁଙ୍କ ଝିଅ ଶୁଭମିତ୍ରା ସାହୁ (୨୫) ବୋଲି ଜଣାପଡିଛି। ସେ ସେପ୍ଟେମ୍ବର ୬ ତାରିଖ ସକାଳ ୧୦ ଟାରେ ଭୁବନେଶ୍ୱରର ସୂର୍ଯ୍ୟ ନଗରରୁ ତାଙ୍କ ଡ୍ୟୁଟିକୁ ଯାଇଥିଲେ। ତେବେ ସନ୍ଧ୍ୟା ୭ଟା ସୁଦ୍ଧା ତାଙ୍କ ଡ୍ୟୁଟି ସରିଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ। ଫଳରେ ତାଙ୍କ ପରିବାର ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଓ ପରେ ଶୁକ୍ରବାର ଟ୍ୱିନ୍ ସିଟି ପୋଲିସ କମିଶନରଙ୍କୁ ଭେଟି ତାଙ୍କ ସାହାଯ୍ୟ ଲୋଡିଥିଲେ। ତାଙ୍କୁ ଅପହରଣ କରିଥିବା ନେଇ ସନ୍ଦେହ କରାଯାଉଛି।

ତେବେ ସେ ତାଙ୍କ ଫୋନ ଧରି ନଥିବାରୁ ପୋଲିସ ତାଙ୍କର ସ୍ଥାନ ଟ୍ରାକ୍ କରିବାରେ ସଫଳ ହୋଇପାରୁନାହିଁ। କିନ୍ତୁ କିଛି ସୁରାକ ପାଇବା ପାଇଁ ରାସ୍ତାରେ ଥିବା ୨୦୦ରୁ ଅଧିକ ସିସି କ୍ୟାମେରାର ଫୁଟେଜ୍ ଚେକ୍ କରିବା ସହ ତାଙ୍କ କଲ୍ ଡିଟେଲ୍ ରେକର୍ଡ ମଧ୍ୟ ଖୋଳତାଡ କରାଯାଉଥିବା ନେଇ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.