ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ

0

ନୂଆଦିଲ୍ଲୀ: ପୁଣି ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ଦୁନିଆକୁ ଅଲବିଦା କହିଲେ “ଫକୀର” ନାମରେ ଜଣାଶୁଣା ଗାୟକ ତଥା ଅଭିନେତା ଋଷଭ ଟଣ୍ଡନ । ଦିଲ୍ଲୀରେ ହୃଦଘାତରେ ଆଖି ବୁଜିଛନ୍ତି ଗାୟକ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଋଷଭ ଟଣ୍ଡନ ତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ଏବଂ ଗତକାଲି ରାତିରେ ତାଙ୍କର ଦିଲ୍ଲୀସ୍ଥିତ ତାଙ୍କ ଘରେ ମୃତ୍ୟୁ ହୋଇଥିଲା। କହିରଖୁଛୁ କି, ଋଷଭଙ୍କ ଦେହାନ୍ତ ପୂର୍ବରୁ କାମ କରିଥିବା ତାଙ୍କର ଅନେକ ଗୀତ ରିଲିଜ ହୋଇନାହିଁ। ତେବେ ତାଙ୍କ ଦେହାନ୍ତରେ ପରିବାର ଏବଂ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ସୋସିଆଲ ମିଡିଆରେ ସମସ୍ତେ ତାଙ୍କୁ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଋଷଭ ଟଣ୍ଡନଙ୍କ ହଠାତ୍ ଦେହାନ୍ତରେ ସଂଗୀତ ଏବଂ ଚଳଚ୍ଚିତ୍ର ଜଗତ ମର୍ମାହତ। ରିଷଭ ‘ଏ ଆଶିକୀ’ ଏବଂ ‘ଇସ୍କ ଫକିରାନା’ ଭଳି ଗୀତଗୁଡ଼ିକ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ପ୍ରଶଂସକମାନେ ସ୍ତବ୍ଧ ଅଛନ୍ତି। ରିଷଭ ମୁମ୍ବାଇରେ ତାଙ୍କ ପତ୍ନୀ ଓଲେସିଆ ନେଡୋବେଗୋଭାଙ୍କ ସହ ରହୁଥିଲେ। ରିଷଭ ଏବଂ ଓଲେସିଆ ୨୦୧୯ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିଛି ଦିନ ପୂର୍ବେ ଉଭୟେ ଏକାଠି କରବାଚୌଥ ପର୍ବ ପାଳନ କରିଥିଲେ।

ଫକିର ନାମରେ ଜଣାଶୁଣା ରିଷଭ ଟଣ୍ଡନ ତାଙ୍କର ନମ୍ର ସ୍ୱଭାବ ପାଇଁ ଜଣାଶୁଣା ଥିଲେ। ଜଣେ ଅଭିନେତା ହେବା ସହ ସେ ଜଣେ ଗାୟକ ଏବଂ ସଂଗୀତକାର ମଧ୍ୟ ଥିଲେ। ଋଷଭ ଜଣେ ଗାୟକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିଲେ। ତାଙ୍କର ସଂଗୀତ ଯୁବପିଢ଼ିଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ। ୧୦ ମାସ ପୂର୍ବେ ମୁକ୍ତିଲାଭ କରିଥିବା ତାଙ୍କର ଗୀତ “ଇସ୍କ ଫକିରାନା” ଇତିହାସ ସୃଷ୍ଟି କରିଥିଲା ​​ଏବଂ ଆଜି ପର୍ଯ୍ୟନ୍ତ ଏକ ପ୍ରିୟ ହୋଇ ରହିଛି। ଏହି ଗୀତଟି ୟୁଟ୍ୟୁବରେ ୨ ନିୟୁତରୁ ଅଧିକ ଥର ଦେଖାଯାଇଛି। ସେ “ଫକୀର- ଲିଭିଂ ଲିମିଟଲେସ୍” ଏବଂ “ରାଶନା: ଦି ରେ ଅଫ୍ ଲାଇଟ୍” ଭଳି ଫିଲ୍ମରେ ଅଭିନୟ କରିଥିଲେ।

Leave A Reply

Your email address will not be published.