ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଟ୍ରକ୍ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

0

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋରେ ଶୁକ୍ରବାର ଦିନ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସେଠି ବୋଲି ଜଣାପଡ଼ିଛି। ଯିଏ କି ସୋରୋ ପୋଲିସ ଷ୍ଟେସନରେ ହୋମଗାର୍ଡ ଭାବେ ନିୟୋଜିତ ଥିଲେ। ସେ ବାହାନଗା ବ୍ଲକର ରୂପାଖଣ୍ଡା ଗାଁର ବାସିନ୍ଦା।

ସୂଚନା ଅନୁଯାୟୀ, ସୋରୋର କଲେଜ ସ୍କୋୟାର ଅଞ୍ଚଳର NH 16 ରେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ସୁଶାନ୍ତ ରାସ୍ତା କଡ଼ରେ ଚା ପିଇବା ପାଇଁ ଯାଇଥିବା ବେଳେ ଏକ ଦ୍ରୁତଗାମୀ କଣ୍ଟେନର ଟ୍ରକ୍ ତାଙ୍କ ଉପରେ ଚଢ଼ିଯାଇଥିଲା। ଏହା ପରେ ଗାଡ଼ିଟି ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ପାଇ ପୋଲିସ ତୁରନ୍ତ ଟ୍ରକ୍ ପିଛା କରିଥିଲା ବେଳେ ନିକଟ ହାଇୱେରେ ଡ୍ରାଇଭର ଏବଂ ହେଲପରଙ୍କୁ ଧରିବାରେ ସଫଳ ହୋଇଥିଲା। ଟ୍ରକ୍ ଏବଂ ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

Leave A Reply

Your email address will not be published.