ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ

0

ଛତିଶଗଡ଼: ଛତିଶଗଡ଼ ବିଳାସପୁରର ଲାଲଖାଦାନ ନିକଟରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଛତିଶଗଡ଼ର ବିଳାସପୁର ଜିଲ୍ଲାରେ ଏକ ଯାତ୍ରୀବାହୀ (ମେମୁ) ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ଅନେକ ଯାତ୍ରୀ ଏଥିରେ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା। ବିଳାସପୁର ଷ୍ଟେସନ ନିକଟରେ ଏକ ମାଲଗାଡ଼ି ସହିତ ପାସେଞ୍ଜର ମେମୁ ଟ୍ରେନ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଯାତ୍ରୀବାହୀ ଟ୍ରେନଟି ମାଲଗାଡ଼ି ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରାକରେ ମାଲଗାଡ଼ି ଅଟକି ରହିଥିବାବେଳେ ଯାତ୍ରୀବାହୀ ଟ୍ରେନଟି ତାହାକୁ ଧକ୍କା ଦେଇଥିଲା ବୋଲି ସୂଚନା ମିଳିଛି।

ଏହି ଦୁର୍ଘଟଣାରେ ରେଳଧାରଣା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତା’ର ସହିତ ସିଗ୍‌ନାଲ ସିଷ୍ଟମ ପ୍ରଭାବିତ ହୋଇଛି। ସେହି ରୁଟ୍ ଦେଇ ରେଳ ଚଳାଚଳ ବନ୍ଦ ରହିଛି।ରେଳବାଇର ଉଦ୍ଧାରକାରୀ ଟିମ୍ ସହିତ ଆରପିଏଫ ଯବାନ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏକାଧିକ ଏମର୍ଜେନ୍ସୀ ମେଡିକାଲ ଟିମ୍ ପହଞ୍ଚି ଆହତମାନଙ୍କୁ ଚିକିତ୍ସା କରୁଛନ୍ତି। ଅଧିକ ମେଡିକାଲ ୟୁନିଟ୍ ଓ ରିଲିଫ୍ ଟିମ୍‌କୁ ସେଠାକୁ ପଠାଯାଇଥିବା ଜଣାପଡ଼ିଛି। ରେଳ କର୍ତ୍ତୃପକ୍ଷ କହିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବ।

Leave A Reply

Your email address will not be published.