ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ୧୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

0

ଅନଲାଇନ ଗେମିଂ ଆପରେ ଅର୍ଥ ହେରଫେର ମାମଲାରେ ଦୁଇ ପୂର୍ବତନ କ୍ରିକେଟର୍ ଶିଖର ଧାୱନ ଏବଂ ସୁରେଶ ରୈନାଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଧାୱନ ଏବଂ ରୈନାଙ୍କ ସମ୍ପତ୍ତିକୁ ଗୁରୁବାର ଜବତ କରିଛି। ଦୁଇ ଜଣଙ୍କର ମୋଟ ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି। ୨୦୦୨ ମସିହାର ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ଅସ୍ଥାୟୀ ଭାବରେ ସମ୍ପତ୍ତି ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଅଫଶୋର ବେଟିଂ ପ୍ଲାଟଫର୍ମ 1xBet ଏବଂ ଏହାର ସହ-ବ୍ରାଣ୍ଡ 1xBat ଏବଂ 1xBat ସ୍ପୋର୍ଟିଂ ଲାଇନ୍ସ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ।

ସୂଚନା ଯୋଗ୍ୟ; ଇଡି ଅନଲାଇନ ଗେମିଂ ଆପ୍ ୱାନ୍ଏକ୍ସବେଟ୍ ବିରୁଦ୍ଧରେ ହୋଇଥିବା ମାମଲାର ଅନୁଯାୟୀ ଧାୱନଙ୍କର ସାଢ଼େ ୪ କୋଟି ଅଚଳାଚଳ ସମ୍ପତ୍ତି ଜବତ କରିଛି। ସେହିପରି ରୈନାଙ୍କର ୬ କୋଟି ୬୪ ଲକ୍ଷ ସମ୍ପତ୍ତି ମଧ୍ୟ ଜବତ ହୋଇଛି। ଏହା ସହିତ ଇଡି ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଆଇନ ଅନୁସାରେ ଏକ ଅସ୍ଥାୟୀ ଆଦେଶନାମା ଜାରି କରିଛି। ଉଭୟ ଖେଳାଳି ଜାଣିଶୁଣି ବିଦେଶୀ ସଂସ୍ଥା 1xBet ଏବଂ ତାର ଅନ୍ୟ କମ୍ପାନୀର ପ୍ରଚାର ପ୍ରସାର କରୁଥିଲେ ବୋଲି ଇଡି ଯାଞ୍ଚରୁ ଜାଣିବାକୁ ପାଇଛି।

ଏହି ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ଯୁବରାଜ ସିଂହ, ରବିନ୍ ଉଥପ୍ପା, ସୋନୁ ସୁଦ୍, ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ଏବଂ ଅନୁଷ୍କା ହାଜରାଙ୍କୁ ମଧ୍ୟ ଜେରା କରିଥିଲା। ଏହି କମ୍ପାନୀ ନିବେଶକମାନଙ୍କର କୋଟି କୋଟି ଟଙ୍କା ହଡ଼ପ କରିବା ସହିତ ଟିକସ ଫାଙ୍କିଛି। ଏହି ମାମଲା ସହିତ ଜଡିତ, ସମ୍ପ୍ରତି ଚାରୋଟି ପେମେଣ୍ଟ ଗେଟୱେରେ ଚଢାଉ କରାଯାଇଥିଲା, ଯାହା ଫଳରେ ୪ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା ଏବଂ ୬୦ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲା। ଡିଜିଟାଲ୍ ପ୍ରମାଣ ଏବଂ ଡକ୍ୟୁମେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.