ପ୍ରମୁଖ ଖବର

ଯୁକ୍ତ ଦୁଇ ଫର୍ମପୂରଣ ଅବଧି ବୃଦ୍ଧି
ସୁଦାନରେ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ
ଏସ୍‌ଆଇ ଜାଲିଆତି ମାମଲା: ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ଓ ସୁରେଶ
ମାଲବାହୀ ଟ୍ରେନ୍କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧୦ ମୃତ, ଅନେକ ଆହତ
୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ
ଉତ୍କଳ ବିଲ୍‌ଡର୍ସରେ ଆୟକର ଚଢ଼ାଉ
କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରକୁ ଗଡ଼ିବ ୩ ସ୍ପେଶାଲ ଟ୍ରେନ୍‌
ବରମୁଣ୍ଡା ବସଷ୍ଟାଣ୍ଡରେ ମା’-ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
୭ରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ରୀ ଗାଇବେ ’ବନ୍ଦେ ମାତରମ’

ସୁରେଶ ରାଇନା ଏବଂ ଶିଖର ଧାୱନଙ୍କ ୧୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

0

ଅନଲାଇନ ଗେମିଂ ଆପରେ ଅର୍ଥ ହେରଫେର ମାମଲାରେ ଦୁଇ ପୂର୍ବତନ କ୍ରିକେଟର୍ ଶିଖର ଧାୱନ ଏବଂ ସୁରେଶ ରୈନାଙ୍କ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଧାୱନ ଏବଂ ରୈନାଙ୍କ ସମ୍ପତ୍ତିକୁ ଗୁରୁବାର ଜବତ କରିଛି। ଦୁଇ ଜଣଙ୍କର ମୋଟ ୧୧ କୋଟି ୧୪ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଥିବା ଜଣାପଡିଛି। ୨୦୦୨ ମସିହାର ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ଅସ୍ଥାୟୀ ଭାବରେ ସମ୍ପତ୍ତି ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ବେଆଇନ ଅଫଶୋର ବେଟିଂ ପ୍ଲାଟଫର୍ମ 1xBet ଏବଂ ଏହାର ସହ-ବ୍ରାଣ୍ଡ 1xBat ଏବଂ 1xBat ସ୍ପୋର୍ଟିଂ ଲାଇନ୍ସ ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ।

ସୂଚନା ଯୋଗ୍ୟ; ଇଡି ଅନଲାଇନ ଗେମିଂ ଆପ୍ ୱାନ୍ଏକ୍ସବେଟ୍ ବିରୁଦ୍ଧରେ ହୋଇଥିବା ମାମଲାର ଅନୁଯାୟୀ ଧାୱନଙ୍କର ସାଢ଼େ ୪ କୋଟି ଅଚଳାଚଳ ସମ୍ପତ୍ତି ଜବତ କରିଛି। ସେହିପରି ରୈନାଙ୍କର ୬ କୋଟି ୬୪ ଲକ୍ଷ ସମ୍ପତ୍ତି ମଧ୍ୟ ଜବତ ହୋଇଛି। ଏହା ସହିତ ଇଡି ଧନ ଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଆଇନ ଅନୁସାରେ ଏକ ଅସ୍ଥାୟୀ ଆଦେଶନାମା ଜାରି କରିଛି। ଉଭୟ ଖେଳାଳି ଜାଣିଶୁଣି ବିଦେଶୀ ସଂସ୍ଥା 1xBet ଏବଂ ତାର ଅନ୍ୟ କମ୍ପାନୀର ପ୍ରଚାର ପ୍ରସାର କରୁଥିଲେ ବୋଲି ଇଡି ଯାଞ୍ଚରୁ ଜାଣିବାକୁ ପାଇଛି।

ଏହି ମାମଲାରେ ଅନ୍ୟମାନଙ୍କ ମଧ୍ୟରେ ଯୁବରାଜ ସିଂହ, ରବିନ୍ ଉଥପ୍ପା, ସୋନୁ ସୁଦ୍, ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ଏବଂ ଅନୁଷ୍କା ହାଜରାଙ୍କୁ ମଧ୍ୟ ଜେରା କରିଥିଲା। ଏହି କମ୍ପାନୀ ନିବେଶକମାନଙ୍କର କୋଟି କୋଟି ଟଙ୍କା ହଡ଼ପ କରିବା ସହିତ ଟିକସ ଫାଙ୍କିଛି। ଏହି ମାମଲା ସହିତ ଜଡିତ, ସମ୍ପ୍ରତି ଚାରୋଟି ପେମେଣ୍ଟ ଗେଟୱେରେ ଚଢାଉ କରାଯାଇଥିଲା, ଯାହା ଫଳରେ ୪ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଥିଲା ଏବଂ ୬୦ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିଲା। ଡିଜିଟାଲ୍ ପ୍ରମାଣ ଏବଂ ଡକ୍ୟୁମେଣ୍ଟ ମଧ୍ୟ ଉଦ୍ଧାର କରାଯାଇଥିଲା।

Leave A Reply

Your email address will not be published.