ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ସମୟପୂର୍ବ ଶିଶୁର ଜୀବନ ବଂଚାଇଲେ ସମ୍ ମେଡିକାଲ୍ ଟିମ୍‌

0

ଭୁବନେଶ୍ୱର: ଜନ୍ମ ସମୟରେ ମାତ୍ର ୭୦୦ ଗ୍ରାମ ଓଜନ ସହ ଗୁରୁତର ସ୍ୱାସ୍ଥ୍ୟାବସ୍ଥାରେ ଥିବା ଏକ ସମୟପୂର୍ବ ଶିଶୁପୁତ୍ରର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୧ର ଡାକ୍ତର ଓ ନର୍ସିଂ ଟିମ୍।

କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମହିଳା ୨୫ ସପ୍ତାହର ଜଣେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ନବଜାତ ଶିଶୁ ରୋଗ ବିଭାଗ ଏନ୍‌ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଶିଶୁଟି ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାକୁ ପ୍ରାୟ ଅଢ଼େଇ ମାସ ପର୍ଯ୍ୟନ୍ତ ନନ୍‌ ଇନ୍‌ଭେସିଭ୍ ଭେଂଟିଲେସନ୍‌ରେ ରଖାଯାଇଥିଲା।

ସମୟ ପୂର୍ବରୁ ଶିଶୁଟି ଜନ୍ମ ଗ୍ରହଣ କରିଥିବାରୁ ତା’ ଶରୀରରେ ଅନେକ ସମସ୍ୟା ମଧ୍ୟ ଦେଖାଯାଇଥିଲା। ଶିଶୁଟିକୁ ଏନ୍‌ଆଇସିୟୁରେ ଡାକ୍ତର ଓ ନର୍ସମାନେ ସ୍ୱତନ୍ତ୍ର ଧ୍ୟାନ ଦେଇ ଚିକିତ୍ସା କରିଥିଲେ। ଶିଶୁଟିର ଅବସ୍ଥା ଖୁବ ଗୁରୁତର ଥିବା ଦୃଷ୍ଟିରୁ୧୦୦ ଦିନ ଏନ୍‌ଆଇସିୟୁରେ ରହିବା ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା।

ନବଜାତ ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ଡାକ୍ତର ରତନ ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ବିନୀତ ପାଣିଗ୍ରାହୀ, ଡାକ୍ତର ଭାବଗ୍ରାହୀ ମଲ୍ଲିକ୍‌, ଡାକ୍ତର ଶ୍ରୁତି କର, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ସୁରେଶ ତ୍ରିପାଠୀ, ଡାକ୍ତର ଶିତିକଣ୍ଠ ନାୟକ, ଡାକ୍ତର ପୁଜିଥା.ଜେ, ଡାକ୍ତର ସାରଥ ଚନ୍ଦ୍ରିକା ଏବଂ ଡାକ୍ତର କଳ୍ପିତା ସାହୁ ଶିଶୁଟିର ଚିକିତ୍ସା କରିଥିଲେ। ଶିଶୁଟି ସୁସ୍ଥ ହେବା ପରେ ଡାକ୍ତର ନନ୍ଦ ଖୁସି ବ୍ୟକ୍ତ କରିବା ସହ ତାଙ୍କ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.