ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

0

ନ୍ୟୁଜ୍ ବ୍ୟୁରୋ: ଆଣ୍ଡାମାନ ଓ ନିକୋବରରେ ଭୂମିକମ୍ପ। ୫.୪ ତୀବ୍ରତା ବିଶିଷ୍ଟ ଭୂକମ୍ପ ଆଣ୍ଡାମାନ ଉପକୂଳରେ ରବିବାର ମଧ୍ୟାହ୍ଣରେ ଅନୁଭୂତ ହୋଇଯାଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ସୂଚନା ଜାରି କରିଛି । ଆଜି ମଧ୍ୟାହ୍ନ ୧୨:୬ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି।
ସୂଚନାନୁସାରେ ସମୁଦ୍ର ପତନ ଠାରୁ ୯୦କିମି ଭିତରେ ଭୂମିକମ୍ପର କେନ୍ଦ୍ରସ୍ଥଳ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତିବ୍ରତା ୫.୪ ମପାଯାଇଛି । ଏପର୍ଯ୍ୟନ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଆଣ୍ଡାମାନ ନିକୋବରରେ ସଂଗଠିତ ହୋଇଥିବା ଭୂମିକମ୍ପର କେନ୍ଦ୍ରବିନ୍ଦୁ ଆଣ୍ଡାମାନ ସାଗରରେ ରହିଛି। ୫.୪ ତୀବ୍ରତା ବିଶିଷ୍ଟ ଭୂକମ୍ପର ଝଟକା ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଅନୁଭୂତ ହୋଇଛି। ଏହା ଭୂମିକମ୍ପ ଦ୍ବାରା ଧନଜୀବନ ହାନି ତଥା କୌଣସି କ୍ଷୟକ୍ଷତି ବିଷୟରେ ଏପର୍ଯ୍ୟନ୍ତ ସୂଚନା ମିଳିନାହିଁ ବୋଲି ଅଧିକାରୀ କହିଛନ୍ତି। ଭୂମିକମ୍ପ ପରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାନକୁ ସୁନାମୀ ଆଲର୍ଟ ଜାରି କରାଯାଇନାହିଁ।

Leave A Reply

Your email address will not be published.