ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନୂଆପଡ଼ାର ନୂଆ ନେତା ଜୟ ଢୋଲକିଆ

0

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କ ବୃହତ୍ ବିଜୟ ହୋଇଛି। ସମସ୍ତ ୨୯ରାଉଣ୍ଡ ଭୋଟ୍ ଗଣତି ପରେ ବିଜେପିର ଜୟ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠୁ ୮୩୭୮୪ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟଙ୍କୁ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ ମିଳିଥିବାବେଳେ ଘାସିରାମଙ୍କୁ ୪୦ ହଜାର ୧୨୧ ଏବଂ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୮ ହଜାର ୪୦୮ ଖଣ୍ଡ ଭୋଟ ମିଳିଛି। ଢୋଲକିଆଙ୍କୁ ମୋଟ ୧,୨୩,୭୫୭ ଇଭିଏମ୍ ଭୋଟ୍ ଏବଂ ୧୧୨ଟି ପୋଷ୍ଟାଲ୍ ଭୋଟ୍ ମିଳିଛି। ବିଜେପି ପାଇଁ ନୂଆପଡ଼ାରେ ଏହା ଏକ ନିର୍ଣ୍ଣାୟକ ଜନାଦେଶ, ଯାହା ଦଳର ସାଂଗଠନିକ ପ୍ରଭାବକୁ ବଢ଼ାଇବାରେ ସହାୟକ ହେବ ଓ ପଶ୍ଚିମ ଓଡ଼ିଶା ରାଜନୀତିରେ ବିଜେପିକୁ ଏକ ମଜବୁତ ସ୍ଥିତିରେ ରଖିଛି।

ଜୟ ଢୋଲକିଆ ହେଉଛନ୍ତି ସ୍ବର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ସୁପୁତ୍ର। ବାପା ରାଜେନ୍ଦ୍ର ଢୋଲକିଆ ୪ ଥରର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ। ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଥିଲେ ଜୟ ଢୋଲକିଆ। ଗତ ଅକ୍ଟୋବର ୧୧ରେ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ମୁଖ୍ୟ ବିରୋଧୀ ଦଳ ବିଜେଡି ପାଇଁ ଏହି ନିର୍ବାଚନ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। ଦଳର ପୂବର୍ତନ ବିଧାୟିକା ତଥା ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମାତ୍ର ୩୮,୪୦୮ ଭୋଟ୍ (୧୮.୦୭%) ମିଳିଛି, ଯାହା ତାଙ୍କୁ ତୃତୀୟ ସ୍ଥାନରେ ରଖିଛି। ନୂଆପଡ଼ା ବିଜେଡିର ଗଡ଼ ଥିଲା ତଥା ଦିବଂଗତ ରାଜେନ୍ଦ୍ର ଢ଼ୋଲକିଆ ମଧ୍ୟ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ। ଏତେ କମ୍ ଭୋଟ୍ ପାଇବା ଓ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପଛରେ ରହିବା ବିଜେଡି ପାଇଁ ଆଗାମୀ ଦିନରେ ଏକ ରାଜନୀତିକ ସଙ୍କଟ ସୃଷ୍ଟି କରିବାର ଆଶଙ୍କା ରହିଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଦୁଇଥର ନୂଆପଡ଼ା ଯାଇ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା, ଦଳର ଶତାଧିକ ନେତା ଗ୍ରାଉଣ୍ଡ ମ୍ୟାନେଜମେଂଟ କରିବା ପରେ ମଧ୍ୟ ଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିନଥିବା ସ୍ପଷ୍ଟ ହୋଇଛି । ଏହି ଜନାଦେଶ ଦଳର ପାରମ୍ପରିକ ଭୋଟକୁ ଦଳଠୁ ଛଡ଼ାଇ ନେଇଛି । ଏହି ନିର୍ବାଚନକୁ ସମ୍ମାନର ପ୍ରଶ୍ନ କରିଥିବା ଦଳ ପାଇଁ ଏହା ଆତ୍ମସମୀକ୍ଷା କରିବାର ଆବଶ୍ୟକତାକୁ ଦର୍ଶାଉଛି।

Leave A Reply

Your email address will not be published.