ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ମୃତ

0

ଅନୁଗୁଳ: ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ୫୫ ନମ୍ବର ଏନଏଚ ଗୋବିନ୍ଦପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ତିନି ଯୁବକ ଏକ ସ୍କୁଟିରେ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କର ମୃତ୍ୟୁ ହୋଇଥିଲା। ମୃତକ ମାନେ ଢେଙ୍କାନାଳ ତୁମୁସିଂହା ଥାନା ମାଛିଆ ଗ୍ରାମର ମିଥୁନ ପାତ୍ର, କଟକ ମାହାଙ୍ଗା ଥାନା ଜଳେଶ୍ୱରପୁର ଗ୍ରାମର ଜଗନ୍ନାଥ ଦାଶ ଓ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି।

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରି ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଗୋବିନ୍ଦପୁର ଫାଣ୍ଡି ପୋଲିସ ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.