ଯାଜପୁର: ଯାଜପୁର ଜିଲା ଅଳକୁଣ୍ଡ ଥାନାରେ ମାରପିଟ୍। ଯାଜପୁର ଜିଲ୍ଲା ଅଳକୁଣ୍ଡ ଥାନାରେ ଥାନା ଅଧିକାରୀ ଏବଂ ଏଏସ୍ଆଇଙ୍କ ମଧ୍ୟରେ ଯୁକ୍ତିତର୍କ, ହାତାହାତି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏସ୍ପି ୟସପ୍ରିତ୍ ଶ୍ରୀମଲ।
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧିକାରୀ ଓ ଜଣେ ଏଏସ୍ଆଇ ହାତାହାତି ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁସାରେ, ଡିସେମ୍ବ ୧ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ଏଏସ୍ଆଇ ପ୍ରକାଶ କୁମାର ସିଂହ ହାତାହାତି ହୋଇଛନ୍ତି। ଚେୟାର୍ରୁ ଉଠି ଥାନା ଅଧିକାରୀ ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି। ଥାନା ଭିତରେ ଆଇଆଇସି ଏବଂ ଏଏସ୍ଆଇ ହାତାହାତି ହେବାର ଭିଡିଓ ସିସିଟିଭିରେ ରେକର୍ଡ ହୋଇଛି।
ଆଇଆଇସିଙ୍କ ସାମ୍ନାରେ ଅନ୍ୟ ୨ ଜଣ ବସିଥିବା ବେଳେ ଉଭୟଙ୍କୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଚାର୍ଜସିଟ୍ ଲେଖାକୁ ନେଇ ରାଗିଥିବା ଆଇଆଇସି ଚେୟାର୍ରୁ ଉଠି ଏଏସ୍ଆଇଙ୍କୁ ଚାପୁଡ଼ା ମାରୁଛନ୍ତି।
ଏବେ ସେହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସ୍ପି ୟସ୍ ପ୍ରତା ଶ୍ରୀମାଲ। ଅଳକୁଣ୍ଡ ଥାନା ଅଧିକାରୀ ଦେବାଶିଷ ଶତପଥି ଓ ଏଏସ୍ଆଇ ପ୍ରକାଶ କୁମାର ସିଂହ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି।