ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ମୃତ

0

ଗୋଆ: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ ଲାଗି ଯାଇଛି। ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ବିଳମ୍ବିତ ରାତିରେ ଉତ୍ତର ଗୋଆର ଏକ ନାଇଟ୍ କ୍ଲବ୍‌ରେ ଅଗ୍ନିକାଣ୍ଡ ଘଟି ଚାରି ଜଣ ପର୍ଯ୍ୟଟକଙ୍କ ସମେତ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଅଗ୍ନିକାଣ୍ଡ ଏଲପିଜି ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘଟିଛି। ସେପଟେ ଏହି ଘଟଣାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏବଂ ଗୋଆର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ନାଇଟ୍ କ୍ଲବରେ ସ୍ବତନ୍ତ୍ର ଡିଜେ ନାଇଟ୍ ଥିଲା। ରାତି ୧୧ଟାରୁ ୧୨ଟା ଭିତରେ ହଠାତ୍ ବିସ୍ଫୋରଣ ଘଟି ହୁତୁ ହୁତୁ ହେଇ ଜଳିଥିଲା ସମ୍ପୂର୍ଣ୍ଣ ଅଞ୍ଚଳ। ମୃତକମାନଙ୍କ ମଧ୍ୟରେ ଅଧିକାଂଶ କ୍ଲବରେ କାମ କରୁଥିବା କର୍ମଚାରୀ ଥିବା ଜଣାପଡ଼ିଛି। ଘଟଣା ସମୟରେ କ୍ଲବରେ ଅନେକ ଲୋକ ଉପସ୍ଥିତ ଥିଲେ। ମଧ୍ୟରାତ୍ରି ସମୟରେ ନିଆଁ ଲାଗିବା ପରେ ତୁରନ୍ତ ରେସ୍କ୍ୟୁ ଅପରେଶନ ଜାରି ରହିଥିଲା। ଯାହା ରବିବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା।

Leave A Reply

Your email address will not be published.