ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର

0

ନ୍ୟୁଜ୍ ବ୍ୟୁରୋ: ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଚାଳକଙ୍କ ସୁବିଧା ପାଇଁ ଗାଡିରେ ଗ୍ରୀନ ଷ୍ଟିକର ଲଗାଇବାକୁ ନିଷ୍ପତ୍ତି ନେଇଛି ପରିବହନ ମନ୍ତ୍ରୀ। ମୋଟର ଭେଇକିଲ୍ ଆକ୍ଟ ଅନୁଯାୟୀ, ଗାଡିର ସବୁ ପ୍ରକାର ପ୍ରମାଣପତ୍ର ରହିବା କଥା। ଏହାସହ ୨୦୧୯ ରୁ ବର୍ଦ୍ଧିତ ଜୋରିମାନାର ହାର ମଧ୍ୟ କମାଇବାକୁ ସରକାର ଆଲୋଚନା କରୁଥିବା କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ।

ଗ୍ରୀନ୍ ଷ୍ଟିକର ପରିବହନ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ। ଯଦି କାହା ପାଖରେ ପ୍ରଦୂଷଣ ପ୍ରମାଣ ପତ୍ର ନଥିବ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସଡ଼କ ସୁରକ୍ଷା ମାସ ଆସୁଥିବାରୁ ପିୟୁସିସି କୋହଳ କରାଯାଇଛି। ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୧୯ରେ ଲାଗୁ ହୋଇଥିବା ବର୍ଦ୍ଧିତ ଫାଇନ କୋହଳ ନେଇ ତର୍ଜମା କରାଯିବ। ଅନ୍ୟ ରାଜ୍ୟରେ ଫାଇନ କମ୍‌ ରହିଛି ସେଥିପାଇଁ ଫାଇନ କୋହଳ ନେଇ ଆଲୋଚନା କରୁଛୁ। ସେହିପରି ରାଜ୍ୟରେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ବସ୍ ସେବା ଲାଗୁ ହେବ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଥିବା ୧୪୨୨ଟି ବସ୍ ଯୋଗେ ସ୍କୁଲ ପିଲାଙ୍କୁ ମାଗଣାରେ ଏହି ସେବା ଯୋଗାଇ ଦିଆଯିବ। ତେବେ ବିଭାଗର ଯେମିତି କ୍ଷତି ହେବନି ସେନେଇ ଆଲୋଚନା ଚାଲିଛି।

Leave A Reply

Your email address will not be published.