ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବଢିଲା ଭକ୍ତନିବାସର ପାର୍କିଂ ଫି, ଏବେ ଦେବାକୁ ପଡିବ ୫୦୦

0

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ଗୋଟି ଭକ୍ତ ନିବାସର ପାର୍କି ଫି ବୃଦ୍ଧି କରାଯାଇଛି। ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ୪ ଗୋଟି ଭକ୍ତ ନିବାସ ଯଥା ନୀଳାଦ୍ରି ଭକ୍ତ ନିବାସ, ନୀଳାଚଳ ଭକ୍ତ ନିବାସ, ପୁରୁଷତମ ଭକ୍ତ ନିବାସ ଓ ଗୁଣ୍ଡିଚା ଭକ୍ତ ନିବାସକୁ ଆସୁଥିବା ଭକ୍ତମାନେ ଏବେ ସେମାନଙ୍କ କାର ପାର୍କିଂ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ। ପ୍ରଶାସନ ପକ୍ଷରୁ ୫୦୦ ଟଙ୍କା ପାର୍କିଂ ଫି କରାଯାଇଛି। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି । ତେବେ ପରିଚାଳନା କମିଟି ବୈଠକରେ ପାର୍କିଂ ଫି ବୃଦ୍ଧି ନେଇ କୌଣସି ଆଲୋଚନା ହୋଇନାହିଁ। ୨୪ ଘଣ୍ଟାକୁ ୧୮ ପ୍ରତିଶତ ଜିଏସଟି ମିଶାଇ ୫୦୦ ଟଙ୍କା ପାର୍କିଂ ଫି ରଖାଯାଇଛି। ଅଚାନକ ଏଭଳି ନିଷ୍ପତ୍ତି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏପରି ଅଚାନକ ପାର୍କିଂ ଫିକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ବୃଦ୍ଧିଜୀବୀ। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏନେଇ ପରିଚାଳନା କମିଟିରେ ଆଲୋଚନା କରାଯାଇନଥିବା ମଧ୍ୟ କୁହାଯାଉଛି।

Leave A Reply

Your email address will not be published.