ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

0

ନ୍ୟୁଜ୍ ବ୍ୟୁରୋ: ଗରିବ ଲୋକଙ୍କୁ ପଞ୍ଚାୟତିରାଜ ବିଭାଗର ନୂଆବର୍ଷ ଉପହାର ଦେଇଛନ୍ତି। ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଉନ୍ନତି ପାଇଁ ନୂତନ ବର୍ଷର ଭେଟି ଭାବରେ ହିତାଧିକାରୀମାନେ କେନ୍ଦ୍ରର ପ୍ରମୁଖ ଗୃହ ଯୋଜନା ଅଧୀନରେ ଘର ପାଇବେ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ ପ୍ରାୟ ୩୭ ଲକ୍ଷ ଆବେଦନ ମଧ୍ୟରୁ ପ୍ରାୟ ୩୪ ଲକ୍ଷ ହିତାଧିକାରୀଙ୍କୁ ସର୍ଟଲିଷ୍ଟ କରାଯାଇଛି। ଏହାବ୍ୟତୀତ ଉକ୍ତ ତାଲିକା ଗୁଡ଼ିକୁ ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି। ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା। ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି। ଦୁଇ ଚକିଆ ଯାନ, ଫ୍ରିଜ , ଲ୍ୟାଣ୍ଡ ଫୋନ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ। ସେହିପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ।

Leave A Reply

Your email address will not be published.