ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ

0

ନ୍ୟୁଜ୍ ବ୍ୟୁରୋ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ କାଗଜ ଫିଙ୍ଗି ଗୃହର ଅବମାନନା ମାମଲାରେ କଂଗ୍ରେସର ସାତ ଜଣ ସଦସ୍ୟ ଏବଂ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ)ର ଜଣେ ସାଂସଦଙ୍କୁ ଚଳିତ ବଜେଟ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି ।

ଲୋକସଭା କାର୍ଯ୍ୟକାଳ ମଧ୍ୟରେ ମଙ୍ଗଳବାର ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କିଛି ବିରୋଧୀ ଏମ୍‌ପି ଦୁଇଥର ବାଚସ୍ପତିଙ୍କ ଚୌକି ଆଡ଼କୁ କାଗଜ ଫିଙ୍ଗିଥିଲେ। ବାଚସ୍ପତି ଏହି ଏମ୍‌ପିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ସଂସଦରୁ ନିଲମ୍ବିତ କରିଛନ୍ତି। ରୁଲ୍‌ ନମ୍ବର ୩୭୪୨ ଅନୁଯାୟୀ ଏହି ଏମ୍‌ପିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ନିଲମ୍ବିତ ହୋଇଥିବା ଏମ୍‌ପିମାନେ ହେଲେ ଅମରିନ୍ଦର ସିଂ ରାଜା ୱାରିଂ, ହିବି ଏଡେନ, ମାଣିକମ ଟାଗୋର ବି, ଗୁରଜିତ ସିଂହ ଆଉଜଲା, ପ୍ରଶାନ୍ତ ଯାଦବରାଓ, କିରଣ କୁମାର ରେଡ୍ଡୀ, ଏସ. ଭେଙ୍କଟେସନ ଏବଂ ଡିନ କୁରିଆକୋସେ ଥିଲେ। ଗୃହରେ ବିଶୃଙ୍ଖଳା ଆଚରଣ ଓ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରିବାକୁ ଅପିଲ କରିଥିଲେ ।

Leave A Reply

Your email address will not be published.