ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଜାତୀୟ ପତାକା ବ୍ୟବହାର ନେଇ କେନ୍ଦ୍ର ଗୃହ ବିଭାଗର ନିର୍ଦ୍ଦେଶନାମା

0

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ପତାକାର ସଠିକ୍ ବ୍ୟବହାର ଓ ସମ୍ମାନ ପ୍ରଦର୍ଶନ ସମ୍ପର୍କରେ ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରିଛି। ‘ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧’ ଓ ‘ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨’ (୨୦୨୧ ଓ ୨୦୨୨ରେ ସଂଶୋଧିତ) ଅନୁଯାୟୀ ଜାତୀୟ ପତାକାର ବ୍ୟବହାର, ଉତ୍ତୋଳନ ଓ ପ୍ରଦର୍ଶନକୁ ନିୟନ୍ତ୍ରଣ କରାଯାଇଛି।

ସଂଶୋଧିତ ନିୟମ ଅନୁଯାୟୀ ଗୁରୁତ୍ୱପୂର୍ଣ୍ଣ ଜାତୀୟ, ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମରେ ସାଧାରଣ ଲୋକ କାଗଜରେ ତିଆରି ଜାତୀୟ ପତାକା ଉଡ଼ାଇପାରିବେ। କିନ୍ତୁ କାର୍ଯ୍ୟକ୍ରମ ଶେଷରେ ଏହି ପତାକାଗୁଡ଼ିକୁ ଭୂମିରେ ଫିଙ୍ଗିବା କିମ୍ବା ଅସମ୍ମାନଜନକ ଭାବରେ ଫୋପାଡ଼ି ଦେବା ଅନୁଚିତ। ବ୍ୟବହୃତ ପତାକାକୁ ପତାକାର ମର୍ଯ୍ୟାଦା ରକ୍ଷା କରି ବ୍ୟକ୍ତିଗତ ଭାବରେ ସଠିକ୍ ପଦ୍ଧତିରେ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜାତୀୟ ପତାକା ଦେଶବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ ଥିବାରୁ ଏହାକୁ ସର୍ବୋଚ୍ଚ ସମ୍ମାନ ଦେବା ଆବଶ୍ୟକ। ସାର୍ବଜନୀନ ଶ୍ରଦ୍ଧା, ସମ୍ମାନ ଓ ଆନୁଗତ୍ୟ ପ୍ରଦର୍ଶନ କରିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମନ୍ତ୍ରଣାଳୟ ଉଲ୍ଲେଖ କରିଛି।

ଏହାସହ ଜାତୀୟ ପତାକା ପ୍ରଦର୍ଶନ ସମ୍ପର୍କିତ ଆଇନ ଓ ନିୟମାବଳୀ ବିଷୟରେ ଲୋକମାନେ ଓ ବିଭିନ୍ନ ସଂଗଠନ/ଏଜେନ୍ସିମାନଙ୍କ ମଧ୍ୟରେ ପ୍ରୟାପ୍ତ ସଚେତନତା ନଥିବା ଦେଖାଯାଇଥିବାରୁ, ସମସ୍ତଙ୍କୁ ଭାରତୀୟ ଜାତୀୟ ପତାକା ସଂହିତାର ଯଥାର୍ଥ ଅନୁପାଳନ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.