ପ୍ରମୁଖ ଖବର

ମାର୍ଚ୍ଚରୁ ଆରମ୍ଭ ହେବ ବାରିପଦାରୁ ଭୁବନେଶ୍ଵର ଏୟାର ଟ୍ୟାକ୍ସି ସେବା
ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର
ପଶ୍ଚିମବଙ୍ଗ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ସିଏପିଏଫ୍‍ କର୍ମଚାରୀଙ୍କ ଯାନବାହାନରେ ଲାଗିବ ଜିପିଏସ୍‍
ଏନସିଇଆରଟିର ୮ମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ସୁପ୍ରିମକୋର୍ଟର ଅସନ୍ତୋଷ
ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ
ଇସ୍ରାଏଲ୍‌ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ,ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କୁବେର ଖଣି ଅଧିକାରୀ ଦେବବ୍ରତ ମହାନ୍ତି ଗିରଫ

0

ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

କଟକ: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଦୀର୍ଘଦିନ ଧରି ଅସତ ଧନ ସଂଗ୍ରହ କରି ଟଙ୍କାର ପାହାଡ ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା।

କୋଲ ଡିପୋ ସୁରୁଖୁରୁରେ ଚଳାଇବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ସେ ୩୦,୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। କଟକ ଅଫିସ, ଭୁବନେଶ୍ୱର ଶ୍ରୀବିହାର ଘର ସମେତ ଏକାଧିକ ସ୍ଥାନରେ ରେଡ୍‌ ହୋଇଛି। ବେଆଇନ ସଂପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି।

କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଥିବା ଦେବବ୍ରତଙ୍କ ଘରୁ ବୁଧବାର ୪ କୋଟିରୁ ଊଦ୍ଧର୍‌ବ ଟଙ୍କା ଜବତ ହୋଇଛି। ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଟ୍ରଲି ବ୍ୟାଗ୍‌ରୁ ୪ କୋଟି ଟଙ୍କା ମିଳିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ସର୍ବାଧିକ ଟଙ୍କା ଜବତ ବୋଲି ଜଣାପଡ଼ିଛି। ସେହିପରି ଦେବବ୍ରତଙ୍କ ଅଫିସ୍‌ରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଛି। ଭୁବନେଶ୍ୱରର ପାହାଳରେ ଦୁଇ ମହଲା କୋଠା ଥିବା ଜଣାପଡ଼ିଛି। ଏହାସହ ୧୩୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ଟିମ୍‌ର ଚଢ଼ାଉ ସମୟରେ ବହୁ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ବେଳେ, ଭିଜିଲାନ୍ସ ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ ଏପର୍ଯ୍ୟନ୍ତ ହୋଇଥିବା ରେଡ୍‌ମାନଙ୍କ ମଧ୍ୟରେ ଏହା ସର୍ବାଧିକ ନଗଦ ଟଙ୍କା ଜବତ ଘଟଣା। ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।

Leave A Reply

Your email address will not be published.