ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ

ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

0

ମୁମ୍ବାଇ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ସାଉଦି ଆରବରୁ ଅଶୋଧିତ ତୈଳ ନେଇ ଆସୁଥିବା ଏକ ଟ୍ୟାଙ୍କର ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇରେ ପହଞ୍ଚିଛି। ପ୍ରାୟ ୧୩୫ ହଜାର ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ବୋଝାଇଥିବା ଏହି ଜାହାଜ ସାଉଦି ଆରବର ରାସ୍ ତନୁରା ବନ୍ଦରରୁ ପ୍ରସ୍ଥାନ କରିଥିଲା।

ସୂଚନାନୁଯାୟୀ, ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚିଙ୍କ ମଧ୍ୟରେ ଆଲୋଚନା ପରେ ଇରାନ ଭାରତୀୟ ଟ୍ୟାଙ୍କରମାନଙ୍କୁ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବାକୁ ଅନୁମତି ଦେଇଥିଲା। ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗମଧ୍ୟରୁ ଗୋଟିଏ। ଆମେରିକା–ଇସ୍ରାଏଲ ସାମରିକ ଅଭିଯାନ ପରେ ଇରାନ ଏହି ଅଞ୍ଚଳରେ କଡ଼ା ନିୟନ୍ତ୍ରଣ ଲାଗୁ କରିଥିବାରୁ ବିଶ୍ୱ ତୈଳ ଯୋଗାଣକୁ ନେଇ ଚିନ୍ତା ବଢ଼ିଥିଲା। ଏହି ପରିସ୍ଥିତିରେ ଟ୍ୟାଙ୍କରଟି ସୁରକ୍ଷିତ ଭାବେ ପହଞ୍ଚିବାକୁ ଭାରତ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ଧରାଯାଉଛି।

Leave A Reply

Your email address will not be published.