ପ୍ରମୁଖ ଖବର

ସ୍ୱିଡେନରେ ପ୍ରଧାନମନ୍ତ୍ରୀ ମୋଦୀ; ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର’ ସମ୍ମାନରେ ସମ୍ମାନିତ
ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍‌ ଏଲପିଜି ବୋଝେଇ ଟ୍ୟାଙ୍କର
ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର!
ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ; କଲକାତାରୁ ଜଣେ ଗିରଫ

ଇପିଏଫଓ ପେନସନ ବୃଦ୍ଧିକୁ ସଂସଦୀୟ କମିଟିର ସୁପାରିଶ

0

ନୂଆଦିଲ୍ଲୀ: ଇପିଏଫଓ ପେନସନ୍ ଯୋଜନାରେ ଶୀଘ୍ର ପରିବର୍ତ୍ତନ ଆସିପାରେ। ମାସିକ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ସଂସଦୀୟ କମିଟି ସରକାରଙ୍କୁ ସୁପାରିଶ କରିଛି। ଇପିଏଫଓ କର୍ମଚାରୀ ପେନସନ୍ ଯୋଜନା-୧୯୯୫ ଅନୁଯାୟୀ ବର୍ତ୍ତମାନ ସର୍ବନିମ୍ନ ପେନସନ ୧୦୦୦ ଟଙ୍କା ରହିଛି। କମିଟି କହିଛି ଯେ, ଏହି ରାଶି ଆଜିର ଦରଦାମ ବୃଦ୍ଧି ସମୟରେ ପର୍ଯ୍ୟାପ୍ତ ନୁହେଁ। ବୃଦ୍ଧାବସ୍ଥା ଓ ରୋଗଭୋଗ କରୁଥିବା ପେନସନଭୋଗୀଙ୍କ ପାଇଁ ଏହା ଜୀବନଯାପନରେ ଅସୁବିଧା ସୃଷ୍ଟି କରୁଛି।

ପେନସନଭୋଗୀମାନେ ଦୀର୍ଘଦିନ ଧରି ଏହି ରାଶିକୁ ୭୫୦୦ ଟଙ୍କା କରିବାକୁ ଦାବି କରୁଛନ୍ତି। ଏନେଇ ଦିଲ୍ଲୀର ଜନ୍ତର-ମନ୍ତରରେ ମଧ୍ୟ ପ୍ରତିବାଦ ହୋଇଥିଲା। ଶ୍ରମ ଓ କୌଶଳ ବିକାଶ ସମ୍ବନ୍ଧୀୟ ସଂସଦୀୟ କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ବର୍ତ୍ତମାନର ପେନସନ ରାଶି ଜୀବନ ଜରୁରୀଆତ ପୂରଣ ପାଇଁ ଅପର୍ଯ୍ୟାପ୍ତ। ତେଣୁ ସର୍ବନିମ୍ନ ପେନସନକୁ ସମ୍ମାନଜନକ ସ୍ତରକୁ ବଢ଼ାଇବା ଆବଶ୍ୟକ। ଏହା ସହିତ, ଠିକା ଭିତ୍ତିରେ କାମ କରୁଥିବା ଶ୍ରମିକମାନଙ୍କୁ ଇପିଏଫଓ ଓ ଇଏସଆଇ ସୁବିଧା ସଠିକ ଭାବେ ମିଳିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି।

Leave A Reply

Your email address will not be published.