ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ

0

ଆନ୍ଧ୍ରପ୍ରଦେଶ: ଦୀର୍ଘ ଅପେକ୍ଷା ପରେ ଶେଷରେ ବଡ଼ ନିଷ୍ପତ୍ତି। ଅମରାବତୀ କୁ ଆନ୍ଧ୍ରପ୍ରଦେଶର ର ସ୍ଥାୟୀ ଓ ଏକମାତ୍ର ରାଜଧାନୀ ଭାବେ କେନ୍ଦ୍ର ସରକାର ଆନୁଷ୍ଠାନିକ ମାନ୍ୟତା ଦେଇଛନ୍ତି। ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ସହ ରାଜ୍ୟର ଦୀର୍ଘଦିନର ଅସ୍ପଷ୍ଟତା ଦୂର ହୋଇଛି।
୨୦୧୪ରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନ୍ ୨୦୧୪ ପରେ ରାଜ୍ୟ ବିଭାଜନ ହୋଇଥିଲେ ମଧ୍ୟ ରାଜଧାନୀ ନେଇ ସ୍ପଷ୍ଟ ନିଷ୍ପତ୍ତି ନ ଥିବାରୁ ରାଜନୈତିକ ଅସ୍ଥିରତା ଚାଲିଆସୁଥିଲା। ବର୍ତ୍ତମାନ ସଂଶୋଧନ ପରେ ଅମରାବତୀକୁ ସ୍ଥାୟୀ ରାଜଧାନୀ ଭାବେ ଘୋଷଣା କରାଯାଇଛି। ଏହି ନୂତନ ବ୍ୟବସ୍ଥାକୁ ୨୦୨୪ ଜୁନ୍ ୨ ରୁ କାର୍ଯ୍ୟକାରୀ ମନାଯିବ।

ଲୋକସଭା ରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୬ ଉପରେ ଆଲୋଚନା ସମୟରେ ମାନିକମ୍ ଟାଗୋର କହିଥିଲେ ଯେ ଅମରାବତୀକୁ ବେଙ୍ଗାଲୁରୁ, ଚେନ୍ନାଇ କିମ୍ବା ହାଇଦ୍ରାବାଦ ପରି ବିକଶିତ କରାଯିବା ଉଚିତ୍। ଏଥି ସହିତ ବିଶାଖାପାଟଣା, ତିରୁପତି ଏବଂ କୁର୍ଣ୍ଣୁଲର ସମଗ୍ର ବିକାଶ ପାଇଁ ମଧ୍ୟ ଜୋର ଦେଇଥିଲେ।

Leave A Reply

Your email address will not be published.