ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଦିଲ୍ଲୀ-ଏନସିଆରରେ ଇମର୍ଜେନ୍ସି ଆଲର୍ଟ ଟେଷ୍ଟ

0

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳର ଲକ୍ଷାଧିକ ମୋବାଇଲ ବ୍ୟବହାରକାରୀ ଶନିବାର ଏକ ଜରୁରୀକାଳୀନ ସତର୍କ ସନ୍ଦେଶ ପାଇଥିଲେ। ମୋବାଇଲରେ ହଠାତ୍ ଏକ ଉଚ୍ଚ ଶବ୍ଦ ସହ ଫ୍ଲାସ୍‌ ମେସେଜ୍‌ ପ୍ରଦର୍ଶିତ ହେବାରୁ ଅନେକ ଲୋକ ଚମକି ଯାଇଥିଲେ। ତେବେ ଏହା କୌଣସି ପ୍ରକୃତ ବିପର୍ଯ୍ୟୟ ସତର୍କତା ନଥିଲା। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପକ୍ଷରୁ ଜରୁରୀକାଳୀନ ସତର୍କ ବାର୍ତ୍ତା ବ୍ୟବସ୍ଥାର କାର୍ଯ୍ୟକ୍ଷମତା ଯାଞ୍ଚ ପାଇଁ ଏହି ପରୀକ୍ଷାମୂଳକ ବାର୍ତ୍ତା ପଠାଯାଇଥିଲା। ସନ୍ଦେଶରେ ଏହା ଏକ ଟେଷ୍ଟ ବୋଲି ସ୍ପଷ୍ଟ କରାଯାଇଥିଲା ଏବଂ ନାଗରିକଙ୍କୁ କୌଣସି ପଦକ୍ଷେପ ନ ନେବାକୁ କୁହାଯାଇଥିଲା। ‘ସେଲ୍ ବ୍ରଡକାଷ୍ଟ ଆଲର୍ଟ ସିଷ୍ଟମ’ ମାଧ୍ୟମରେ ଭୂକମ୍ପ, ବନ୍ୟା, ସୁନାମି, ବଜ୍ରପାତ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଅଲ୍ ଟାଇମ୍‌ରେ ଲୋକଙ୍କ ମୋବାଇଲକୁ ସତର୍କ ସୂଚନା ପଠାଯିବ। ସି-ଡଟ୍‌ ଦ୍ୱାରା ବିକଶିତ ସ୍ୱଦେଶୀ ‘ସଚେତ’ ପ୍ଲାଟଫର୍ମ ମାଧ୍ୟମରେ ଏହି ବ୍ୟବସ୍ଥା କାର୍ଯ୍ୟକରୁଛି।

ସରକାରଙ୍କ କହିବା ଅନୁସାରେ, ଏଭଳି ପର୍ଯ୍ୟାୟକ୍ରମିକ ପରୀକ୍ଷା ମାଧ୍ୟମରେ ବିଭିନ୍ନ ମୋବାଇଲ ନେଟୱାର୍କ ଓ ହ୍ୟାଣ୍ଡସେଟ୍‌ରେ ଜରୁରୀକାଳୀନ ସତର୍କ ସନ୍ଦେଶ ପହଞ୍ଚାଇବା ବ୍ୟବସ୍ଥାର ପ୍ରସ୍ତୁତି ଯାଞ୍ଚ କରାଯାଉଛି।

Leave A Reply

Your email address will not be published.