ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ

0

ନୂଆଦିଲ୍ଲୀ: ରୋଗୀମାନଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର, ୨୦୧୩ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ଖୁଚୁରା ମୂଲ୍ୟ ଠାରୁ ଟଙ୍କାଟିଏ ବି ଅଧିକ ଆଦାୟ କଲେ ସମ୍ପୃକ୍ତ କମ୍ପାନୀ କିମ୍ବା ମେଡିକାଲ ଷ୍ଟୋର ବିରୋଧରେ କଠୋର ଆଇନଗତ ଓ ଦଣ୍ଡନୀତିମୂଳକ ପଦକ୍ଷେପ ନିଆଯିବ। ରସାୟନ ଓ ସାର ମନ୍ତ୍ରାଳୟର ଔଷଧ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏବେ ସରକାର ଔଷଧର ପ୍ୟାକ୍ ସାଇଜ୍, ପ୍ୟାକେଜିଂ, ଡୋଜ୍ ଏବଂ ଫର୍ମ ଆଧାରରେ ଅଲଗା ଅଲଗା ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିପାରିବେ। ଏହା ଦ୍ୱାରା ଭିନ୍ନ ପ୍ୟାକେଜିଂ ନାମରେ ଅଧିକ ଦାମ୍ ଆଦାୟ ଉପରେ ରୋକ୍ ଲାଗିବ।

ନୂଆ ବ୍ୟବସ୍ଥା ଅନୁଯାୟୀ, ଯଦି କୌଣସି କମ୍ପାନୀ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଅର୍ଥ ଆଦାୟ କରୁଥିବା ଧରାପଡ଼େ, ତେବେ ସେହି ଅତିରିକ୍ତ ଅର୍ଥ ସୁଧ ସହିତ ଫେରସ୍ତ କରିବାକୁ ପଡ଼ିବ। ଏହାସହ ଭାରି ଜରିମାନା ମଧ୍ୟ ଲାଗୁ ହେବ। ଔଷଧର ଦାମ୍ ହ୍ରାସ ପାଇଲେ କମ୍ପାନୀମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଡିଲର ଓ ମେଡିକାଲ ଷ୍ଟୋରକୁ ନୂଆ ମୂଲ୍ୟ ତାଲିକା ପଠାଇବାକୁ ହେବ। ସେଥିସହ ଅତିକମରେ ଦୁଇଟି ଜାତୀୟ ଖବରକାଗଜ ଏବଂ ନିଜ ୱେବସାଇଟ୍‌ରେ ଏହାର ସୂଚନା ପ୍ରକାଶ କରିବା ବାଧ୍ୟତାମୂଳକ ହେବ।

ନୂଆ ନିୟମ ଅନୁଯାୟୀ, ପୂର୍ବରୁ ମୂଲ୍ୟ ନିର୍ଦ୍ଧାରିତ ହୋଇଥିବା ଏକେ ପ୍ରକାର ଔଷଧ ବଜାରକୁ ଆଣୁଥିବା ଅନ୍ୟ କମ୍ପାନୀମାନଙ୍କୁ ୧୨ ମାସ ମଧ୍ୟରେ ପୁନର୍ବାର ମୂଲ୍ୟ ଅନୁମୋଦନ ପାଇଁ ଆବେଦନ କରିବାକୁ ପଡ଼ିବ ନାହିଁ। ସେମାନଙ୍କୁ କେବଳ ଲଞ୍ଚର ଏକ ମାସ ମଧ୍ୟରେ ସରକାରଙ୍କୁ ସୂଚନା ଦେବାକୁ ହେବ। ଏହାଛଡ଼ା ପ୍ରତ୍ୟେକ ଔଷଧ ଉତ୍ପାଦନକାରୀ କମ୍ପାନୀକୁ ବିକ୍ରି, ଉତ୍ପାଦନ ଓ ଅନ୍ୟାନ୍ୟ ଜରୁରୀ ଦଲିଲପତ୍ରର ରେକର୍ଡ ଅତିକମରେ ୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ ରଖିବା ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ମତରେ, ଏହି ସଂଶୋଧନ ଔଷଧ ମୂଲ୍ୟ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ସହ ରୋଗୀମାନଙ୍କୁ ନ୍ୟାୟସଙ୍ଗତ ମୂଲ୍ୟରେ ଔଷଧ ଉପଲବ୍ଧ କରାଇବାରେ ସହାୟକ ହେବ।

Leave A Reply

Your email address will not be published.