ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବିପଦ ଟାଣିଆଣୁଛି କରୋନା

0

ଭୁବନେଶ୍ବର: କୋଭିଡ ଚିକିତ୍ସା କରୁଥିବା ବେଳେ ଜଣେ ଆୟୁଷ ଡାକ୍ତରଙ୍କର ଆଜି ମୃତ୍ୟୁ ଘଟିିଛି। ଡାକ୍ତର ପ୍ରଦୀପ ତ୍ରିପାଠୀ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ। ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ମାତ୍ର ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩୮ ହଜାର ୯୦୨ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୫୪୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୭୭ହଜାର ୬୧୮ ଛୁଇଁଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଉ ୭୩୬ଜଣଙ୍କ ଠାରେ କୋଭିଡ -୧୯ ଭୂତାଣୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୪୮୧ଜଣ କ୍ବାରାଣ୍ଟିନ ସେଣ୍ଟରରେ ଥିଲେ। ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୨୫୫ ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪୭ ଜଣ ଓ ଖୋର୍ଧାରୁ ୧୦୮ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଛି। ରାଜ୍ୟରେ ଏଯାଏ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭। ୩ଲକ୍ଷ ୮୬ ହଜାର ୧୦୨ଜଣଙ୍କର କୋଭିଡ୍ ପରୀକ୍ଷା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ଆଜି କରୋନାରେ ଆଉ ୫ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମର ତିନିଜଣ, ଜଗତସିଂହପୁର ଓ ସୁନ୍ଦରଗଡର ଜଣେ ଲେଖାଏଁ ଅଛନ୍ତି। ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ୯୧ ଓ ଅଣକୋଭିଡ୍ ଜନିତ ମୃତ୍ୟୁ ୨୪ ରହିଛି। ଗଞ୍ଜାମରେ ସର୍ବାଧିକ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଧାରେ ଏହି ସଂଖ୍ୟା ୧୩ ରହିଛି।

ତେବେ ଆଶ୍ବାସନାର ବିଷୟ ହେଲା, ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ସଂପାଦକ ଡାକ୍ତର ପ୍ରତ୍ୟୁଷ ରାୟ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.