ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ସୋଆର ୨୦ତମ ପ୍ରତିଷ୍ଠା ଦିବସ ପାଳିତ

0

ଭୁବନେଶ୍ୱର: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟିର ୨୦ତମ ପ୍ରତିଷ୍ଠା ଦିବସ ଗଭୀର ଉତ୍ସାହ ଓ ଆନନ୍ଦପୂର୍ଣ୍ଣ ପରିବେଶରେ ଶୁକ୍ରବାର ପାଳିତ ହୋଇଥିବା ବେଳେ ଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା, ଉତ୍କର୍ଷତା ଓ ଅଗ୍ରଗତିକୁ ସ୍ମରଣ କରାଯିବା ସହ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟ ଅଧିକ ଉଚ୍ଚ ସଫଳତା ହାସଲ କରିବା ନେଇ ଆହ୍ୱାନ ଦିଆଯାଇଥିଲା। ୨୦ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ୪ ଜଣ ପୂର୍ବତନ କୁଳପତି ନିଜ ଅଭିଜ୍ଞତା ବଖାଣିବା ସହ ସୋଆର ଉଲ୍ଲେଖନୀୟ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ ସୋଆର କୁଳାଧିପତି ପ୍ରଫେସର (ଡାକ୍ତର) ଅମିତ ବାନାର୍ଜୀ ସଭାପତିତ୍ୱ କରି ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ଆସନ୍ତା ୨୦ ବର୍ଷ ମଧ୍ୟରେ ସୋଆକୁ ଦେଶର ଅନ୍ୟତମ ଶ୍ରେଷ୍ଠ ଓ ବିକଶିତ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ପ୍ରୟାସ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ସୋଆ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ସହ ଦେଶର ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସ୍ଥାନ ପାଇବା ଉଚିତ।

ପୂବର୍ତନ କୁଳପତି ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର (ଡାକ୍ତର) ବାନାର୍ଜୀଙ୍କ ସମେତ ପୂର୍ବତନ କୁଳପତି ପ୍ରଫେସର ମହୀପାଲ ଜୈନ, ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ଏବଂ ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ସୋଆର ବର୍ତମାନ କୁଳପତି ଭାବେ ଅବସ୍ଥାପିତ ଥିବା ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମଧ୍ୟ ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ। ପ୍ରଫେସର ନନ୍ଦ କହିଥିଲେ ଯେ, ପୂର୍ବତନ କୁଳପତିମାନେ ବିଭିନ୍ନ କଠିନ ପରିସ୍ଥିତିରେ ସୋଆକୁ ସଫଳତାର ସହ ଆଗେଇ ନେଇଥିଲେ। ସୋଆର ବିଶେଷତ୍ୱ ହେଉଛି, ଏହା ପ୍ରତ୍ୟେକ ଆହ୍ୱାନର ସାମ୍ନା କରି ସଫଳତାର ସହ ଆଗକୁ ବଢ଼ିଛି, ବୋଲି ସେ କହିଥିଲେ। ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ (ୟୁଜିସି) ସୋଆକୁ ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ପ୍ରଶଂସା କରିଥିବା ସେ ଉଲ୍ଲେଖ କରିଥିଲେ।

ସୋଆରେ ଗୁଣାତ୍ମକ ଗବେଷଣାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ବିଶ୍ୱବିଦ୍ୟାଳୟରେ ୧୮ଟି ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ଏବଂ ୬୦ଟି ଗବେଷଣା ପରୀକ୍ଷାଗାର ସ୍ଥାପିତ ହୋଇଛି ବୋଲି ପ୍ରଫେସର ନନ୍ଦ କହିଥିଲେ। ବର୍ତମାନ ସମୟରେ ଅନୁବାଦାତ୍ମକ (ଟ୍ରାନ୍ସଲେସନାଲ) ଏବଂ ସହଯୋଗାତ୍ମକ ଗବେଷଣାର ଆବଶ୍ୟକତା ଥିବା ବେଳେ ସୋଆ ଏପର୍ଯ୍ୟନ୍ତ ୧୦୭ଟି ପାଟେଂଟ ହାସଲ କରିଥିବା ବେଳେ ସେଥିମଧ୍ୟରୁ ୩ଟିର ବ୍ୟାବସାୟିକ ବ୍ୟବହାର ଆରମ୍ଭ ହୋଇସାରିଛି ବୋଲି ସେ ସୂଚନା ଦେଇଥିଲେ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଦୃଢ଼ ନେତୃତ୍ୱର ପ୍ରଶଂସା କରି ପ୍ରଫେସର ନନ୍ଦ କହିଥିଲେ ଯେ, କଠିନ ସମୟରେ ସେ ଅବିଚଳ ରହି ଦୃଢ଼ତାର ସହ ବିଶ୍ୱବିଦ୍ୟାଳୟକୁ ଆଗେଇ ନେଇଥିଲେ, ଯାହା ଫଳରେ ସୋଆ ଆଜି ଦେଶର ଅଗ୍ରଣୀ ଉଚ୍ଚଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି।

କାର୍ଯ୍ୟକ୍ରମରେ ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓଡ଼ିଶାରେ ବୈଷୟିକ ଶିକ୍ଷାର ପ୍ରତିଷ୍ଠା ନେଇ ଯେଉଁ ଦୂରଦୃଷ୍ଟି ରଖିଥିଲେ ତାହା ବର୍ତମାନ ୨୦ ବର୍ଷ ପରେ ସ୍ପଷ୍ଟ ପ୍ରତିଫଳିତ ହେଉଛି ବୋଲି କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲ ଦ୍ୱାରା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ସହାୟକ ହେଉଛି। ପ୍ରଫେସର (ଡାକ୍ତର) ବାନାର୍ଜୀ କହିଥିଲେ ଯେ, ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆରଏଫ)-୨୦୨୫ ର‌୍ୟାଙ୍କିଙ୍ଗରେ ଦେଶରେ ୧୫ତମ ସ୍ଥାନ ଅଧିକାର କରିଥିବା ସୋଆ ପୂର୍ବ ଭାରତର ବେସରକାରୀ କ୍ଷେତ୍ରରେ ପ୍ରଥମ ପ୍ରାଣୀ ଚିକିତ୍ସାଳୟ ସ୍ଥାପନ କରିଛି । ବିଶ୍ୱବିଦ୍ୟାଳୟର ଗବେଷଣା ପ୍ରବନ୍ଧ ଓ ପ୍ରକାଶନର ଗୁଣବତା ମଧ୍ୟ ଅତ୍ୟନ୍ତ ଉଚ୍ଚମାନର ବୋଲି ସେ କହିଥିଲେ।

ପୂର୍ବତନ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ମହାନ୍ତି ସୋଆକୁ ଏକ ସାମାଜିକ ଅର୍ନ୍ତଭୁକ୍ତିକରଣ ଭିତିକ ବିଶ୍ୱବିଦ୍ୟାଳୟ ବୋଲି ବର୍ଣ୍ଣନା କରି ଶିକ୍ଷାଦାନ ପ୍ରଣାଳୀ ଓ ଗବେଷଣାର ପଦ୍ଧତିରେ ଆସୁଥିବା ପରିବର୍ତନକୁ ଦୃଷ୍ଟିରେ ରଖି ଏକ ନୂତନ ଦୂରଦୃଷ୍ଟିପୂର୍ଣ୍ଣ ଦସ୍ତାବିଜ ଓ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ନାୟକଙ୍କ ଉଦ୍ୟୋଗୀ ମନୋଭାବର ମଧ୍ୟ ପ୍ରଶଂସା କରିଥିଲେ। ପୂର୍ବତନ କୁଳପତି ପ୍ରଫେସର ମହୀପାଲ ଜୈନ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

କାର୍ଯ୍ୟକ୍ରମରେ ସୋଆର ରେଜିଷ୍ଟ୍ରାର ତଥା ଉପ-କୁଳପତି ପ୍ରଫେସର ବିଭୂତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ର କଲ୍ୟାଣ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୧୯୯୬-୯୭ ଶିକ୍ଷାବର୍ଷରେ ‘ଶିକ୍ଷା ଓ ଅନୁସନ୍ଧାନ’ ଅଧୀନରେ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ପ୍ରତିଷ୍ଠା ମାତ୍ର ୧୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ କେବଳ ଏକ ନୂତନ ଇଞ୍ଜିନିୟରିଂ କଲେଜ ନୁହେଁ, ବରଂ ଓଡ଼ିଶାର ବୈଷୟିକ ଶିକ୍ଷାରେ ଏକ ନୂତନ ଦିଗନ୍ତର ଶୁଭାରମ୍ଭ ଥିଲା। ଆଜି ୧୦ଟି ଶିକ୍ଷା କ୍ଷେତ୍ରରେ ୧୩ଟି ସମ୍ବିଧାନିକ ଅନୁଷ୍ଠାନକୁ ନେଇ ସୋଆ ଏକ ବହୁବିଷୟକ ବିଶବିଦ୍ୟାଳୟରେ ପରିଣତ ହୋଇଛି। ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ସୋଆକୁ ‘ଡିମଡ୍ ଟୁ ବି ୟୁନିଭର୍ସିଟି’ ମାନ୍ୟତା ପ୍ରଦାନ କରିଥିଲା।

Leave A Reply

Your email address will not be published.