ପ୍ରମୁଖ ଖବର

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ
ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍, କଠୋର ଦଣ୍ଡବିଧାନକୁ ମଞ୍ଜୁରି
ଇଣ୍ଡିଆନ୍ ଆଇଡଲ୍-୧୬ ବିଜେତା ଜ୍ୟୋତିର୍ମୟୀ ନାୟକଙ୍କୁ ରାଜ୍ୟପାଳଙ୍କ ସମ୍ବର୍ଦ୍ଧନା
ସୋମେଶ କୁମାର ଉପାଧ୍ୟାୟ ହେଲେ ଭଦ୍ରକର ନୂତନ ଜିଲ୍ଲାପାଳ
ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ଲକ୍ଷ୍ୟ
ଜୁଲାଇ ୩୧ ପର୍ଯ୍ୟନ୍ତ ଖୋର୍ଦ୍ଧାର ସମସ୍ତ ସ୍କୁଲ ଛୁଟି
ଜାପାନରେ ଶକ୍ତିଶାଳୀ ଭୂମିକମ୍ପ: ୨୮ ମୃତ, ୬୨ ଆହତ
ଇଥାନଲ୍ ବିବାଦ: ୧୧ କୋଟିର ମାନହାନି ମାମଲା କଲେ ନିତିନ୍ ଗଡ଼କରୀ

ଅଗଷ୍ଟ ୧ରୁ ବଦଳିବ ସ୍ପିଡ୍ ପୋଷ୍ଟ ନିୟମ

0

ନୂଆଦିଲ୍ଲୀ: ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ପଠାଇବା ପାଇଁ ଆଜି ମଧ୍ୟ ଅନେକ ଲୋକ ସ୍ପିଡ୍ ପୋଷ୍ଟ ଉପରେ ଭରସା କରନ୍ତି। ପାନ୍ କାର୍ଡ, ଆଧାର କାର୍ଡ, ପାସପୋର୍ଟ ଭଳି ଜରୁରୀ ଦସ୍ତାବେଜ ପଠାଉଥିଲେ ଅଗଷ୍ଟ ୧ରୁ ଲାଗୁ ହେଉଥିବା ନୂଆ ନିୟମ ବିଷୟରେ ଜାଣି ରଖିବା ଆବଶ୍ୟକ। ଡାକ ବିଭାଗ ନୂତନ ନିର୍ଦ୍ଦେଶିକାରେ ସ୍ପଷ୍ଟ କରିଛି ଯେ କେଉଁ ସାମଗ୍ରୀକୁ ‘ଡକ୍ୟୁମେଣ୍ଟ’ ଏବଂ କେଉଁ ସାମଗ୍ରୀକୁ ‘ପାର୍ସଲ’ ଭାବେ ଗଣନା କରାଯିବ।

୫୦୦ ଗ୍ରାମ ପର୍ଯ୍ୟନ୍ତ ଓଜନର ନିମ୍ନଲିଖିତ ସାମଗ୍ରୀକୁ ଡକ୍ୟୁମେଣ୍ଟ ଶ୍ରେଣୀରେ ରଖାଯିବ—
ରାଖୀ ଲଫାପା,ଚେକ୍‌ବୁକ୍, ୱେଲକମ୍ କିଟ୍, ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ପାସ୍‌ବୁକ,ବ୍ୟାଙ୍କିଂ, ଆର୍ଥିକ ସେବା ଓ ବୀମା ସମ୍ବନ୍ଧୀୟ ଦସ୍ତାବେଜ,ପାନ୍ କାର୍ଡ, ଆଧାର କାର୍ଡ , ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ , ପାସପୋର୍ଟ , ଡେବିଟ୍ ଓ କ୍ରେଡିଟ୍ କାର୍ଡ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କିଂ ଦସ୍ତାବେଜ ପାର୍ସଲ ଭାବେ ଗଣାଯିବ
ଡକ୍ୟୁମେଣ୍ଟ ତାଲିକାରେ ନଥିବା ସମସ୍ତ ସାମଗ୍ରୀକୁ ପାର୍ସଲ ଭାବେ ଗ୍ରହଣ କରାଯିବ।

ଏଥିରେ ରହିଛି—
ଇଲେକ୍ଟ୍ରୋନିକ୍ ସାମଗ୍ରୀ, ମୋବାଇଲ୍ ଫୋନ, ପୋଷାକ, ଉପହାର ସାମଗ୍ରୀ, ଅନ୍ୟାନ୍ୟ ବସ୍ତୁ ସ୍ପିଡ୍ ପୋଷ୍ଟ ଶୁଳ୍କ ଚୁକ୍ତିଭିତ୍ତିକ ବଲ୍କ ଗ୍ରାହକଙ୍କ ପାଇଁ ୨୪ ଘଣ୍ଟିଆ ସ୍ପିଡ୍ ପୋଷ୍ଟ ସେବାର ଶୁଳ୍କ ପ୍ରତି ଜିନିଷ ପିଛା ୩୮ରୁ ୧୦୦ ଟଙ୍କା ଏବଂ ୪୮ ଘଣ୍ଟିଆ ସେବା ପାଇଁ ୪୮ରୁ ୭୨ ଟଙ୍କା ଧାର୍ଯ୍ୟ କରାଯାଇଛି। ଖୁଚୁରା ଗ୍ରାହକଙ୍କ ପାଇଁ ଶୁଳ୍କ ଡେଲିଭରି ଦୂରତା ଓ ଓଜନ ଆଧାରରେ ନିର୍ଦ୍ଧାରିତ ହେବ। ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନର ଡକ୍ୟୁମେଣ୍ଟ ପଠାଇବା ପାଇଁ ୩୮ ଟଙ୍କା ଦେବାକୁ ପଡ଼ିବ। ସେହିପରି ୨୫୧ରୁ ୫୦୦ ଗ୍ରାମ ଓଜନର ସାମଗ୍ରୀ ପଠାଇବା ପାଇଁ ୧୪୦ରୁ ୧୮୬ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ। ନୂଆ ବ୍ୟବସ୍ଥା ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବ ଏବଂ ସ୍ପିଡ୍ ପୋଷ୍ଟ ସେବାରେ ଡକ୍ୟୁମେଣ୍ଟ ଓ ପାର୍ସଲର ସ୍ପଷ୍ଟ ଶ୍ରେଣୀକରଣ ସହ ଶୁଳ୍କ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ।

Leave A Reply

Your email address will not be published.