ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ରାଜ୍ୟସଭାରେ ପାସ୍ ହେଲା ଆଣ୍ଟି-ପେପର ଲିକ୍ ବିଲ୍

0

ନୂଆଦିଲ୍ଲୀ: ଲୋକସଭାରେ ଗୃହୀତ ହେବା ପରେ ଆଣ୍ଟି-ପେପର ଲିକ୍ ବିଲ୍‌କୁ ଗୁରୁବାର ରାଜ୍ୟସଭା ମଧ୍ୟ ଅନୁମୋଦନ କରିଛି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଭଏସ୍ ଭୋଟ୍‌ରେ ବିଲ୍‌କୁ ପାସ୍ କରିଥିଲେ। ବିଲ୍‌ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ୱାକ୍‌ଆଉଟ୍ କରିଥିଲେ। ବିଲ୍‌କୁ ଉପସ୍ଥାପନ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଲୋକସଭାରେ ପ୍ରାୟ ୧୦ ଘଣ୍ଟା ଧରି ଆଲୋଚନା ପରେ ଏହା ଗୃହୀତ ହୋଇଥିଲା। ବାରମ୍ବାର ହଟ୍ଟଗୋଳ ହେବା ସତ୍ତ୍ୱେ ସରକାର ବିଲ୍‌ ସମ୍ପର୍କରେ ସବିଶେଷ ଉତ୍ତର ରଖିଥିଲେ। ରାଜ୍ୟସଭାକୁ ସେ ଅଭିଜ୍ଞ ଓ ପ୍ରଜ୍ଞାବାନ ସଦସ୍ୟଙ୍କ ଗୃହ ବୋଲି ବର୍ଣ୍ଣନା କରି ବିଲ୍‌ ଉପରେ ଗଠନମୂଳକ ଆଲୋଚନା ପାଇଁ ଆହ୍ୱାନ କରିଥିଲେ।

ସରକାରଙ୍କ ମତରେ, ଏହି ଆଇନ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସରକାରୀ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅସାଧୁ ଉପାୟକୁ ରୋକିବା ପାଇଁ ଆଇନକୁ ଅଧିକ କଠୋର କରିବା ଏହାର ମୂଳ ଉଦ୍ଦେଶ୍ୟ। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ପ୍ରଶ୍ନପତ୍ର ଲିକ୍ କିମ୍ବା ଏଥିରେ ସମ୍ପୃକ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

ଉଲ୍ଲେଖଯୋଗ୍ୟ, ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ହୋଇଥିଲା। ଏହାପରେ କେନ୍ଦ୍ର ସରକାର ଏହି ସଂଶୋଧନ ବିଲ୍ ଆଗତ କରିଥିଲେ। ମୌସୁମୀ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ସହ ବାରମ୍ବାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।

Leave A Reply

Your email address will not be published.