ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା

0

ରାଜନଗର: ଦୀର୍ଘ ତିନି ମାସର ବନ୍ଦ ପରେ ଆସନ୍ତାକାଲି ଅଗଷ୍ଟ ୧ରୁ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏହା ସହିତ ଦେଶ ଓ ବିଦେଶର ପର୍ଯ୍ୟଟକମାନେ ପୁଣି ଥରେ ଭିତରକନିକାର ମନୋରମ ପ୍ରାକୃତିକ ପରିବେଶ, ବିଶାଳ ମ୍ୟାଙ୍ଗ୍ରୋଭ ଜଙ୍ଗଲ ଏବଂ ବିରଳ ବନ୍ୟଜନ୍ତୁଙ୍କୁ ନିକଟରୁ ଉପଭୋଗ କରିପାରିବେ। କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ। ଏହି ସମୟରେ ମା’ ବଉଳା କୁମ୍ଭୀର ଅଣ୍ଡାର ସୁରକ୍ଷା ପାଇଁ ଅଧିକ ଆକ୍ରମଣାତ୍ମକ ରହୁଥିବାରୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥାଏ।

ବନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ଭିତରକନିକାର ବିଭିନ୍ନ ନଦୀ ଓ ନାଳ ଅଞ୍ଚଳରେ ମୋଟ ୧୧୭ଟି ବଉଳା କୁମ୍ଭୀର ବସା ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ କନିକା ରେଞ୍ଜରେ ସର୍ବାଧିକ ୧୦୬ଟି, ରାଜନଗର ରେଞ୍ଜରେ ୧୦ଟି ଏବଂ ମହାକାଳପଡ଼ା ରେଞ୍ଜରେ ୧ଟି ବସା ରହିଛି।
ପ୍ରତିବର୍ଷ ମା’ କୁମ୍ଭୀର ନାଳ ନିକଟର ଉଚ୍ଚ ସ୍ଥାନରେ ଖରଖରି ପତ୍ର ଓ କାଠିକୁଟାରେ ବସା ପ୍ରସ୍ତୁତ କରି ୪୦ରୁ ୬୦ଟି ଅଣ୍ଡା ଦେଇଥାଏ। ପ୍ରାୟ ୭୫ ଦିନ ପରେ ଅଣ୍ଡାରୁ ଛୁଆ ବାହାରିଥାଏ। ଏହି ସମୟ ମଧ୍ୟରେ ମା’ କୁମ୍ଭୀର ବସା ନିକଟରେ ରହି ଅଣ୍ଡାର ସୁରକ୍ଷା କରିଥାଏ।

ଏହି କାରଣରୁ ପ୍ରତିବର୍ଷ ବନ ବିଭାଗ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟାକୁ ନିର୍ବିଘ୍ନ ରଖିବା ପାଇଁ ତିନି ମାସ ଧରି ଭିତରକନିକାକୁ ବନ୍ଦ ରଖିଥାଏ। ଜୁନ୍‌ ପ୍ରଥମ ସପ୍ତାହରୁ ବନ କର୍ମଚାରୀମାନେ ଜଙ୍ଗଲରେ ବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍ ମାଧ୍ୟମରେ ସେଗୁଡ଼ିକର ଅବସ୍ଥିତି ରେକର୍ଡ କରିଥାନ୍ତି। ଆସନ୍ତାକାଲିଠାରୁ ଭିତରକନିକା ଖୋଲିବା ପରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବ ବୋଲି ବନ ବିଭାଗ ଆଶା କରିଛି।

Leave A Reply

Your email address will not be published.