ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ

0

ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ

ନ୍ୟୁଜ୍ ବ୍ୟୁରୋ: କମନୱେଲ୍ଡ ଗେମ୍ସରେ ଭାରତୀୟ ଜୁଡୋ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି। ଯୁବ ଜୁଡୋକା ଅସ୍ମିତା ଦେ’ ମହିଳା ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ କାନାଡାର ହେଇଡି କ୍ୱେଚ୍ଙ୍କୁ ଗୋଲ୍ଡେନ୍ ସ୍କୋରରେ ପରାସ୍ତ କରି ଭାରତକୁ ଐତିହାସିକ ସ୍ୱର୍ଣ୍ଣ ଉପହାର ଦେଇଛନ୍ତି। ଏହା କମନୱେଲ୍ଡ ଗେମ୍ସର ଜୁଡୋ ଇତିହାସରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ଅସ୍ମିତାଙ୍କ ବିଜୟ ଯାତ୍ରା ଥିଲା ଦମଦାର। କ୍ୱାର୍ଟର ଫାଇନାଲରେ ସେ ସ୍କଟଲ୍ୟାଣ୍ଡର ଇଭା ଇଭିଂଙ୍କୁ ‘ଇପ୍ପୋନ୍’ରେ ପରାସ୍ତ କରିଥିଲେ। ସେମିଫାଇନାଲରେ ସ୍କଟଲ୍ୟାଣ୍ଡର ସମର ଶ’ଙ୍କୁ ୧-୦ ବ୍ୟବଧାନରେ ହରାଇ ଫାଇନାଲକୁ ଉଠିଥିଲେ। ନିର୍ଣ୍ଣାୟକ ମୁକାବିଲାରେ ଗୋଲ୍ଡେନ୍ ସ୍କୋରରେ ବିଜୟ ହାସଲ କରି ସେ ଦେଶକୁ ଗର୍ବିତ କରିଛନ୍ତି।

ତ୍ରିପୁରାର ବେଲୋନିଆର ବାସିନ୍ଦା ଅସ୍ମିତା ପ୍ରଥମେ ୮୦୦ ମିଟର ଦୌଡ଼ରେ ଜଣେ ଆଥଲେଟ୍ ଥିଲେ। ପରେ ଜିଲ୍ଲାସ୍ତରୀୟ ଟ୍ରାଏଲ୍ ସମୟରେ ଜୁଡୋ ପ୍ରତି ଆକର୍ଷିତ ହୋଇ ଏହି ଖେଳକୁ ବାଛିଥିଲେ। ଭୋପାଳସ୍ଥିତ ଏସଏଆଇ ଆଞ୍ଚଳିକ କେନ୍ଦ୍ରରେ କୋଚ୍ ଯଶପାଳ ସୋଲଙ୍କିଙ୍କ ମାର୍ଗଦର୍ଶନରେ ସେ ପ୍ରଶିକ୍ଷଣ ନେଉଛନ୍ତି ଏବଂ ବର୍ତ୍ତମାନ ‘ଟାର୍ଗେଟ ଅଲିମ୍ପିକ୍ ପୋଡିୟମ୍ ସ୍କିମ୍’ ଡେଭଲପମେଣ୍ଟ ଗ୍ରୁପ୍‌ର ସଦସ୍ୟ ଅଛନ୍ତି।

ଏହା ପୂର୍ବରୁ ମଧ୍ୟ ଅସ୍ମିତା ଆନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି। ୨୦୨୫ ଆଫ୍ରିକନ୍ ଓପନ୍‌ରେ ସ୍ୱର୍ଣ୍ଣ, ୨୦୨୩ ଜୁନିଅର ଏସିଆ କପ୍‌ରେ ସ୍ୱର୍ଣ୍ଣ ଏବଂ ୨୦୨୩ ଏସିଆନ୍ ଓପନ୍‌ରେ ରୌପ୍ୟ ପଦକ ଜିତିବା ସହ ଖେଲୋ ଭାରତ ୟୁନିଭର୍ସିଟି ଗେମ୍ସରେ ମଧ୍ୟ ଏକାଧିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅସ୍ମିତା ଦେ’ଙ୍କ ଏହି ଐତିହାସିକ ସଫଳତା କେବଳ ଭାରତୀୟ ଜୁଡୋ ପାଇଁ ନୁହେଁ, ସମଗ୍ର ଦେଶର କ୍ରୀଡ଼ା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ।

Leave A Reply

Your email address will not be published.