ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ

0

ନୂଆଦିଲ୍ଲୀ: ନେପାଳ ତିବ୍ବତ ସୀମାରେ ଅଚାନକ ବନ୍ୟା ଆସି ବ୍ୟାପକ କ୍ଷୟକ୍ଷତି ଘଟିବା ପରେ ହିମାଳୟର ବରଫ ହ୍ରଦ ଓ ଗ୍ଲାସିୟରକୁ ନେଇ ବିପଦ ଆଶଙ୍କା ପୁଣି ବଢ଼ିଛି। ଏହି ପରିପ୍ରେକ୍ଷୀରେ ଡେରାଡୁନସ୍ଥିତ ୱାଡିଆ ହିମାଳୟ ଭୂବିଜ୍ଞାନ ପ୍ରତିଷ୍ଠାନ ସମେତ ତିନିଟି ସଂସ୍ଥାର ଅଧ୍ୟୟନରୁ ହିମାଳୟ ଅଞ୍ଚଳରେ ୨୨୧ଟି ସମ୍ବେଦନଶୀଳ ବରଫ ହ୍ରଦ ଚିହ୍ନଟ ହୋଇଛି।

ବିଶେଷଜ୍ଞଙ୍କ ମତରେ, ଏହି ହ୍ରଦଗୁଡ଼ିକର ବନ୍ଧ ଭାଙ୍ଗିଲେ ଅଚାନକ ବହୁ ପରିମାଣର ପାଣି ତଳକୁ ମାଡ଼ି ଆସି ଗ୍ଲାସିଆଲ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍‌ (GLOF) ସୃଷ୍ଟି କରିପାରେ। ଏଭଳି ବନ୍ୟାରେ ନଦୀ ଘାଟିରେ ଥିବା ଗାଁ, ସଡ଼କ, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅଧ୍ୟୟନରେ କୋସି, ୟାଲୁଙ୍ଗ ଜାଙ୍ଗବୋ, ମାନସ ଓ ଉପର ସିନ୍ଧୁ ନଦୀ ଘାଟିକୁ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ସିକିମର ମଧ୍ୟ ଅନେକ ନଦୀ ଘାଟି ବିପଦପ୍ରବଣ ତାଲିକାରେ ରହିଛି। ଅଚାନକ ବନ୍ୟା ଘଟିଲେ ୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୯ଟି ଜିଲା ପ୍ରଭାବିତ ହୋଇପାରେ। ଏଥିରେ ଉତ୍ତରାଖଣ୍ଡକୁ ବିଶେଷ ଭାବେ ବିପଦପ୍ରବଣ ବୋଲି ଚିହ୍ନଟ କରାଯାଇଛି।

କେବଳ ବରଫ ହ୍ରଦ ନୁହେଁ, ଉତ୍ତରାଖଣ୍ଡର ତୀଖ ପାହାଡ଼ରେ ଥିବା ହ୍ୟାଙ୍ଗିଙ୍ଗ ଗ୍ଲାସିୟର ମଧ୍ୟ ବଡ଼ ବିପଦର କାରଣ ହୋଇପାରେ। ଅଳକାନନ୍ଦା ଅବବାହିକାକୁ ନେଇ ହୋଇଥିବା ଅନ୍ୟ ଏକ ଅଧ୍ୟୟନରେ ୨୧୯ଟି ହ୍ୟାଙ୍ଗିଙ୍ଗ ଗ୍ଲାସିୟର ଚିହ୍ନଟ ହୋଇଛି। ଏଗୁଡ଼ିକ ଭାଙ୍ଗିଲେ ପାଣି ସହ ପଥର ଓ ମାଟି ତଳକୁ ଧସି ଭୟଙ୍କର ବିପର୍ଯ୍ୟୟ ଘଟାଇପାରେ। ଏହାଦ୍ୱାରା ବଦ୍ରିନାଥ ମାନା ସମେତ ଚାମୋଲିର ତଳିଆ ଅଞ୍ଚଳ ବିପଦରେ ପଡ଼ିପାରେ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ହିମାଳୟ ଅଞ୍ଚଳରେ ପ୍ରାୟ ୮,୩୫୭ରୁ ୯,୨୮୦ଟି ବରଫ ହ୍ରଦ ରହିଛି। ୧୯୯୦ ପରଠାରୁ ଆଉ ୧,୦୫୨ଟି ନୂଆ ହ୍ରଦ ସୃଷ୍ଟି ହୋଇଛି। ବରଫାବୃତ ଅଞ୍ଚଳ କ୍ରମାଗତ ଭାବେ ହ୍ରାସ ପାଇବା ଏହାର ଏକ ପ୍ରମୁଖ କାରଣ ବୋଲି ଅଧ୍ୟୟନରେ ଦର୍ଶାଯାଇଛି। କୋସି ଘାଟିରେ ଥିବା ୧,୧୨୫ଟି ବରଫ ହ୍ରଦ ମଧ୍ୟରୁ ୪୭ଟି ସମ୍ବେଦନଶୀଳ ବୋଲି ଚିହ୍ନଟ ହୋଇଛି। ଏହା ବ୍ୟତୀତ ଜାମ୍ମୁ-କାଶ୍ମୀରର ଚେନାବ ଓ ଝେଲମ, ହିମାଚଳ ପ୍ରଦେଶର ଚେନାବ ଓ ବ୍ୟାସ ଏବଂ ସିକିମର ତିସ୍ତା ନଦୀ ଘାଟିକୁ ମଧ୍ୟ ଚିନ୍ତାଜନକ ଅଞ୍ଚଳ ଭାବେ ଦେଖାଯାଇଛି।

ଗତ ୪୯୧ ବର୍ଷର ତଥ୍ୟ ବିଶ୍ଳେଷଣରୁ ହିମାଳୟରେ ୨୫୪ ଥର ବରଫ ହ୍ରଦ ଭାଙ୍ଗିବା ଘଟଣା ଘଟିଥିବା ଜଣାପଡ଼ିଛି। ଏଥିରୁ ୧୮୪ଟି ଘଟଣା ବର୍ତ୍ତମାନ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଅଞ୍ଚଳରେ ଘଟିଥିଲା। ବିଶେଷକରି ପୂର୍ବ ଓ ମଧ୍ୟ ହିମାଳୟରେ ଏଭଳି ଘଟଣାର ସଂଖ୍ୟା ଅଧିକ ରହିଛି।

Leave A Reply

Your email address will not be published.