ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି

0

ନ୍ୟୁଜ ବ୍ୟୁରୋ: ଦେଶର ୬ଟି ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ ସହ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ହେବ। ଅକ୍ଟୋବର ୬, ୨୦୨୬ରେ ମତଦାନ ହେବାକୁ ଥିବାବେଳେ ଅକ୍ଟୋବର ୯ରେ ଭୋଟ ଗଣତି କରାଯିବ। ବିଭିନ୍ନ କାରଣରୁ ସମ୍ପୃକ୍ତ ବିଧାୟକ ଓ ସାଂସଦଙ୍କ ଇସ୍ତଫା ପରେ ଏହି ୬ଟି ଆସନ ଖାଲି ପଡ଼ିଥିଲା। ଏବେ ଏହି ଆସନଗୁଡ଼ିକରେ ନୂଆ ପ୍ରତିନିଧି ଚୟନ ପାଇଁ ଉପନିର୍ବାଚନ ହେବ।
ବିଧାନସଭା ଆସନ:
ମଦୁରନ୍ଥକମ – ତାମିଲନାଡୁ
ଧାରାପୁରମ – ତାମିଲନାଡୁ
ଥଟ୍ଟାଞ୍ଚାଭାଡି – ପୁଡୁଚେରୀ
ରେଜିନଗର – ପଶ୍ଚିମବଙ୍ଗ
ନନ୍ଦୀଗ୍ରାମ – ପଶ୍ଚିମବଙ୍ଗ

ଲୋକସଭା ଆସନ:
ନଗାଓଁ – ଆସାମ
ଉପନିର୍ବାଚନ କାର୍ଯ୍ୟସୂଚୀ
ବିଜ୍ଞପ୍ତି ପ୍ରକାଶ: ୯ ସେପ୍ଟେମ୍ବର ୨୦୨୬
ନାମାଙ୍କନର ଶେଷ ତାରିଖ: ୧୬ ସେପ୍ଟେମ୍ବର ୨୦୨୬
ନାମାଙ୍କନପତ୍ର ଯାଞ୍ଚ: ୧୭ ସେପ୍ଟେମ୍ବର ୨୦୨୬
ନାମ ପ୍ରତ୍ୟାହାରର ଶେଷ ତାରିଖ: ୧୯ ସେପ୍ଟେମ୍ବର ୨୦୨୬
ମତଦାନ: ୬ ଅକ୍ଟୋବର ୨୦୨୬
ଭୋଟ ଗଣତି: ୯ ଅକ୍ଟୋବର ୨୦୨୬
ନିର୍ବାଚନ ପ୍ରକ୍ରିୟା ଶେଷ: ୧୧ ଅକ୍ଟୋବର ୨୦୨୬

Leave A Reply

Your email address will not be published.