ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି

0

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ଜେଲ୍ ଡିଜି ସୁଶାନ୍ତ ନାଥ। ସେ ଏହି ମାମଲାରେ ହସ୍ତକ୍ଷେପକାରୀ ଭାବେ ପକ୍ଷଭୁକ୍ତ ହୋଇ ନିଜ ମତ ରଖିବାକୁ ଅନୁମତି ଲୋଡ଼ିଛନ୍ତି। ଡିଜିପି ଚୟନ ପ୍ରକ୍ରିୟାରେ ଏହି ମାମଲାର ରାୟ ତାଙ୍କ ଭବିଷ୍ୟତ ସୁଯୋଗକୁ ପ୍ରଭାବିତ କରିପାରେ ବୋଲି ନାଥ ଦର୍ଶାଇଛନ୍ତି।

ରାଜ୍ୟର ପୁଲିସ ମୁଖ୍ୟ ଚୟନରେ ବରିଷ୍ଠ ଭାରତୀୟ ପୁଲିସ ସେବା ଅଧିକାରୀଙ୍କ ଯୋଗ୍ୟତା, ରାଜ୍ୟ ସରକାରଙ୍କ ଚୟନ ପ୍ରକ୍ରିୟା ଏବଂ ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ହୋଇଛି କି ନାହିଁ, ତାହାକୁ ନେଇ ମାମଲା ଚାଲିଛି। ଏହି ମାମଲାରେ ନିଯୁକ୍ତ ନ୍ୟାୟମିତ୍ର ମଧ୍ୟ ରିପୋର୍ଟ ଦାଖଲ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅନ୍ୟପକ୍ଷରେ, ଓଡ଼ିଶା ପୁଲିସ ଉପନିରୀକ୍ଷକ ନିଯୁକ୍ତିରେ କଥିତ ଅନିୟମିତତା ମାମଲାରେ ମଧ୍ୟ ସୁଶାନ୍ତ ନାଥଙ୍କ ନାମ ସାମ୍ନାକୁ ଆସିଛି। ଏହି ମାମଲାରେ ତାଙ୍କୁ ପଚରାଉଚରା କରିବା ସମ୍ଭାବନା ସମ୍ପର୍କରେ ସିବିଆଇ ରାଜ୍ୟ ଗୃହ ବିଭାଗକୁ ଚିଠି ଲେଖିଛି। ସମ୍ପୃକ୍ତ ସମୟରେ ନାଥ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ଥିଲେ। ତେବେ ସିବିଆଇ କୌଣସି ବ୍ୟକ୍ତିଙ୍କୁ ପଚରାଉଚରା କରିବା ମାତ୍ରରୁ ତାଙ୍କ ବିରୋଧରେ ଅପରାଧ କିମ୍ବା ଦୋଷ ପ୍ରମାଣିତ ହୁଏ ନାହିଁ।

Leave A Reply

Your email address will not be published.