ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ

0

‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ: ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ‘ସେମିକନ୍ ଇଣ୍ଡିଆ ୨୦୨୬’ର ପଞ୍ଚମ ସଂସ୍କରଣ ଉଦ୍‌ଘାଟନ କରିଛନ୍ତି। ‘ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦି ଇକୋସିଷ୍ଟମ୍’ ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ତିନିଦିନିଆ ସମ୍ମିଳନୀରେ ବିଶ୍ୱର ପ୍ରମୁଖ ପ୍ରଯୁକ୍ତି କମ୍ପାନୀ, ନିବେଶକ ଓ ନୀତି ନିର୍ଦ୍ଧାରକ ଏକାଠି ହୋଇଛନ୍ତି।

ଭାରତକୁ ସେମିକଣ୍ଡକ୍ଟର ନିର୍ମାଣ ଓ ଚିପ୍ ଡିଜାଇନ୍‌ର ପ୍ରମୁଖ କେନ୍ଦ୍ରରେ ପରିଣତ କରିବା ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ଦିଆଯାଉଛି। ଉଦ୍‌ଘାଟନ ପୂର୍ବରୁ ମୋଦି ମାଇକ୍ରୋନ୍, ଏଏସ୍‌ଏମ୍‌ଏଲ୍, ଆପ୍ଲାଏଡ୍ ମ୍ୟାଟେରିଆଲ୍ସ, ଇଣ୍ଟେଲ ଓ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଶ୍ୱର ପ୍ରମୁଖ କମ୍ପାନୀର ସିଇଓମାନଙ୍କ ସହ ବୈଠକ କରି ନବସୃଜନ ଓ ଦକ୍ଷତା ବିକାଶ ନେଇ ଆଲୋଚନା କରିଥିଲେ। ସରକାରଙ୍କ ବିସ୍ତାରିତ ‘ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ୍ ୨.୦’ ପାଇଁ ୧.୨୭ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମିଶନ୍‌ର ପ୍ରଥମ ପର୍ଯ୍ୟାୟରେ ୧୨ଟି ନିର୍ମାଣ ଓ ଆସେମ୍ବଲି ପ୍ରକଳ୍ପ ଆସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶୀୟ ଚିପ୍ ଡିଜାଇନ୍, ଭାରତୀୟ ବୌଦ୍ଧିକ ସମ୍ପତ୍ତି ଓ ସ୍ଥାନୀୟ ଯୋଗାଣ ଶୃଙ୍ଖଳ ଗଠନକୁ ଗୁରୁତ୍ୱ ଦିଆଯାଉଛି।

ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହନ ଦେବାକୁ ସିଲିକନ୍ ୱେଫର ଫ୍ୟାବ୍ ପାଇଁ ୪୦ ପ୍ରତିଶତ ଏବଂ ଉନ୍ନତ ପ୍ୟାକେଜିଂ ୟୁନିଟ୍ ପାଇଁ ୩୫ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜି ବ୍ୟୟ ସହାୟତା ଦିଆଯାଉଛି। ଏହା ସହ ଆସନ୍ତା ଦିନରେ ୧ ଲକ୍ଷ ନୂଆ ସେମିକଣ୍ଡକ୍ଟର ଇଞ୍ଜିନିୟରଙ୍କୁ ପ୍ରଶିକ୍ଷଣ ଦେବା ମିଶନ୍‌ର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ। ଶିଳ୍ପର ସମ୍ପ୍ରସାରଣ ଫଳରେ ପ୍ରାୟ ୫୦ରୁ ୬୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବାର ଆକଳନ କରାଯାଇଛି।

Leave A Reply

Your email address will not be published.