ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି

0

ଭୁବନେଶ୍ବର: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପକୁ ନୀତି ଆୟୋଗ ପ୍ରଶଂସା କରିଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଶିଳ୍ପ ଆବଶ୍ୟକତା ଅନୁଯାୟୀ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେଉଥିବା ଏକ ମଡେଲ ଭାବେ ନୀତି ଆୟୋଗର ‘ରିଇମାଜିନିଂ ସ୍କିଲିଂ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ନୀତି ଆୟୋଗର ଏହି ରିପୋର୍ଟକୁ ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ସ୍ୱାଗତ କରିଛନ୍ତି। ରାଜ୍ୟର ଅନ୍ୟ ଅଞ୍ଚଳକୁ ଏହି ମଡେଲ୍‌ ସମ୍ପ୍ରସାରଣ ପାଇଁ ସରକାରଙ୍କ ଯୋଜନା ରହିଥିବା ସେ କହିଛନ୍ତି। ଏହା ଅଧୀନରେ ସମ୍ବଲପୁର ଓ ବ୍ରହ୍ମପୁରରେ ଆଉ ଦୁଇଟି କେନ୍ଦ୍ର ସ୍ଥାପନ କରାଯିବ।
ସମ୍ବଲପୁର କେନ୍ଦ୍ରରେ ଆଗ୍ରିଟେକ୍‌, ଅକ୍ଷୟ ଶକ୍ତି ଓ ରିଟେଲିଂ ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ବ୍ରହ୍ମପୁର କେନ୍ଦ୍ରରେ ମରିନ୍‌ ଟେକ୍ନୋଲୋଜି, ଅଣ୍ଡରୱାଟର୍‌ ୱେଲ୍ଡିଂ ଓ ହେଲ୍‌ଥକେୟାର ଆସିଷ୍ଟାଣ୍ଟ ଭଳି ପାଠ୍ୟକ୍ରମ ରହିବ। ଏଥିସହ ସେମିକଣ୍ଡକ୍ଟର ଓ ଆଭିଏସନ୍‌ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଆରମ୍ଭ ପାଇଁ ଯୋଜନା ରହିଛି।
ରିପୋର୍ଟରେ ଶିକ୍ଷା ବ୍ୟବସ୍ଥାକୁ ଶିଳ୍ପର ଆବଶ୍ୟକତା ସହ ଯୋଡ଼ିବା, ଆପ୍ରେଣ୍ଟିସ୍‌ସିପ୍‌ ଏବଂ ଶିଖିବା ସହ ରୋଜଗାର ଭଳି ବ୍ୟବସ୍ଥାକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୨୬-୨୭ କେନ୍ଦ୍ରୀୟ ବଜେଟରେ ଘୋଷିତ ଷ୍ଟେଟ୍‌ ସ୍କିଲ୍ସ ଟ୍ରାନ୍ସଫର୍ମେସନ ପାଇଲଟ୍‌ ପାଇଁ ମନୋନୀତ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ଏହାସହ ‘ସ୍କିଲ୍ଡ ଇନ୍‌ ଓଡ଼ିଶା’କୁ ମଧ୍ୟ ଏକ ଉଲ୍ଲେଖନୀୟ ରାଜ୍ୟସ୍ତରୀୟ ପଦକ୍ଷେପ ଭାବେ ରିପୋର୍ଟରେ ଦର୍ଶାଯାଇଛି।

Leave A Reply

Your email address will not be published.