ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌

0

ନ୍ୟୁଜ୍ ବ୍ୟୁରୋ: ଟାଟା ଗ୍ରୁପ୍‌ର ଚେୟାରମ୍ୟାନ ଭାବେ ଏନ୍. ଚନ୍ଦ୍ରଶେଖରନଙ୍କୁ ପୁଣି ଥରେ ନିଯୁକ୍ତି ମିଳିଛି। ଗୁରୁବାର ଟାଟା ସନ୍ସର ବୋର୍ଡ ତାଙ୍କୁ ତୃତୀୟ ଥର ପାଇଁ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତ କରିଛି। ଏହା ସହିତ ଟାଟା ଗ୍ରୁପ୍‌ର ପରବର୍ତ୍ତୀ ଚେୟାରମ୍ୟାନଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।
୨୦୧୭ ମସିହାରୁ ଚନ୍ଦ୍ରଶେଖରନ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ ଭାବେ ଦାୟିତ୍ୱରେ ଅଛନ୍ତି। ୨୦୧୬ରେ ତତ୍କାଳୀନ ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କୁ ପଦରୁ ହଟାଯିବା ପରେ ଚନ୍ଦ୍ରଶେଖରନଙ୍କୁ ଏହି ଦାୟିତ୍ୱ ମିଳିଥିଲା। ଟାଟା ପରିବାର ବାହାରୁ ଆସି ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ନିଯୁକ୍ତ ହୋଇଥିବା ସେ ପ୍ରଥମ ବ୍ୟକ୍ତି।
୬୩ ବର୍ଷୀୟ ଚନ୍ଦ୍ରଶେଖରନ ୧୯୮୭ରେ ଟିସିଏସ୍‌ରେ ଯୋଗଦେଇଥିଲେ। ୨୦୦୯ରେ ସେ ଟିସିଏସ୍‌ର ସିଇଓ ହୋଇଥିଲେ।

ତେବେ ତୃତୀୟ ଥର ଚେୟାରମ୍ୟାନ ପଦରେ ତାଙ୍କୁ ରଖିବା ନେଇ ଟାଟା ଗ୍ରୁପ୍‌ ମଧ୍ୟରେ ମତଭେଦ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏୟାର ଇଣ୍ଡିଆ, ଜାଗୁଆର ଲ୍ୟାଣ୍ଡ ରୋଭର ଆଦି ବ୍ୟବସାୟର ପ୍ରଦର୍ଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ତୃତୀୟ ଥର ଦାୟିତ୍ୱ ନେବା ନେଇ ଚନ୍ଦ୍ରଶେଖରନ ନିଜେ ମଧ୍ୟ ଅନିଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହୋଇଥିଲା। ଫଳରେ ଟାଟା ଗ୍ରୁପ୍‌ର ପରବର୍ତ୍ତୀ ମୁଖ୍ୟ କିଏ ହେବେ, ସେନେଇ ଅନେକ ଆଲୋଚନା ହେଉଥିଲା। ବୋର୍ଡର ନିଷ୍ପତ୍ତି ପରେ ଏବେ ସେସବୁ ଚର୍ଚ୍ଚାରେ ବିରାମ ଲାଗିଛି।

Leave A Reply

Your email address will not be published.