ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି

0

ନୂଆଦିଲ୍ଲୀ: ଡିଜିଟାଲ୍‌ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଆସିଛି ବଡ଼ ଖବର। ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କେତେକ ବ୍ୟବସାୟିକ ୟୁପିଆଇ (UPI) କାରବାର ଉପରେ ନୂଆ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନ୍ୟାସନାଲ୍‌ ପେମେଣ୍ଟ୍‌ସ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଅକ୍ଟୋବର ୧୩ରେ ଏନେଇ ପ୍ରେସ୍‌ ନୋଟ୍‌ ଜାରି କରିଥିବା ରିପୋର୍ଟରେ କୁହାଯାଇଛି।

ଯୋଜନା ଅନୁଯାୟୀ, ନିର୍ଦ୍ଦିଷ୍ଟ ବ୍ୟବସାୟିକ ୟୁପିଆଇ କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (ଏମ୍‌ଡିଆର୍‌) ଲାଗୁ ହେବାର ଥିଲା। ଏହା ଗୁରୁବାରଠାରୁ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି। ନୂଆ ତାରିଖ ପରେ ଘୋଷଣା କରାଯିବ। ଏହି ଶୁଳ୍କକୁ ନେଇ ବ୍ୟବସାୟୀ ସଂଗଠନ ଓ ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଆପତ୍ତି ଉଠାଇଥିବା ଜଣାପଡ଼ିଛି। ପାର୍ବଣ ସମୟରେ ଅତିରିକ୍ତ ଖର୍ଚ୍ଚ ବଢ଼ିଲେ ବ୍ୟବସାୟୀଙ୍କ ଲାଭ ହ୍ରାସ ପାଇବା ସହ ଗ୍ରାହକଙ୍କ ଉପରେ ମଧ୍ୟ ପରୋକ୍ଷ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଯଦି ୦.୪ ପ୍ରତିଶତ ଏମ୍‌ଡିଆର୍‌ ଲାଗୁ ହୁଏ, ତେବେ ୧୦ ହଜାର ଟଙ୍କାର ବ୍ୟବସାୟିକ କାରବାର ପାଇଁ ୪୦ ଟଙ୍କା ଶୁଳ୍କ ହିସାବ ହେବ। ଏହି ଶୁଳ୍କ ସାଧାରଣତଃ ପେମେଣ୍ଟ୍‌ ପ୍ରକ୍ରିୟାକରଣ ବାବଦରେ ବ୍ୟବସାୟୀଙ୍କଠାରୁ ଆଦାୟ କରାଯାଏ। ନୂଆ ଶୁଳ୍କ କେବେଠାରୁ ଲାଗୁ ହେବ, ସେନେଇ ପରବର୍ତ୍ତୀ ଘୋଷଣାକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.