ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

0

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନ ସମ୍ମୁଖରେ ଥିବା ଦିଲ୍ଲୀର ପ୍ରମୁଖ ସରକାରୀ କୋଠା ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ ଘଟିଛି। କୋଠାରେ ମରାମତି କାର୍ଯ୍ୟ ଚାଲିଥିବା ସମୟରେ ଏହି ଛୋଟ ଅଗ୍ନିକାଣ୍ଡ ଘଟିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇ ଘଟଣାସ୍ଥଳକୁ ଛଅଟି ଦମକଳ ଗାଡ଼ି ପଠାଯାଇଥିଲା। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଏହି ଘଟଣାକୁ ନେଇ ଶିବସେନାର ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଫଟୋ ସେୟାର କରିଥିଲେ। ସଂସଦକୁ ଯିବା ସମୟରେ ନର୍ଥ ବ୍ଲକ୍‌ରୁ ଧୂଆଁ ଉଠୁଥିବା ଦେଖିଥିବା ସେ ଉଲ୍ଲେଖ କରିବା ସହ ସେଠାରେ ନିଆଁ ଲାଗିଥିବା ଆଶଙ୍କା କରିଥିଲେ। ଏଥିସହ ସମସ୍ତେ ସୁରକ୍ଷିତ ଥିବେ ବୋଲି ଆଶା ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ, ନର୍ଥ ବ୍ଲକ୍‌ ନୂଆଦିଲ୍ଲୀର ରାଇସିନା ହିଲ୍‌ରେ ଅବସ୍ଥିତ ଦୁଇଟି ପ୍ରମୁଖ ଐତିହାସିକ ପ୍ରଶାସନିକ କୋଠା ମଧ୍ୟରୁ ଅନ୍ୟତମ।

Leave A Reply

Your email address will not be published.