ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଆଇସିୟୁକୁ ଯୋଗାଣ ହେଉଥିଲା ନାମୀ କମ୍ପାନୀର ନକଲି ଔଷଧ

0

ବେଙ୍ଗାଲୁରୁରେ ଇଡିର ଚଢ଼ାଉ
ବେଙ୍ଗାଲୁରୁ: ନକଲି ଜୀବନରକ୍ଷକ ଔଷଧ ପ୍ରସ୍ତୁତି, ପୁନଃ ପ୍ୟାକେଜିଂ ଓ ବିକ୍ରି ସହ ଜଡ଼ିତ ଏକ କଥିତ ରାକେଟ୍‌ର ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଙ୍ଗାଲୁରୁର ପାଞ୍ଚଟି ସ୍ଥାନରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ଅଭିଯୁକ୍ତ ବୀରେଶ କୁମାରଙ୍କ ବ୍ୟାଙ୍କ ଖାତାରେ ଥିବା ପ୍ରାୟ ୯ ଲକ୍ଷ ଟଙ୍କା ଫ୍ରିଜ୍‌ କରାଯାଇଛି। ଏହା ସହ ଡିଜିଟାଲ ଉପକରଣ, ଦସ୍ତାବିଜ ଓ ଅନ୍ୟାନ୍ୟ ପ୍ରମାଣ ଜବତ ହୋଇଛି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍‌ଏଲ୍‌ଏ), ୨୦୦୨ ଅନୁଯାୟୀ ଏହି ଚଢ଼ାଉ କରାଯାଇଛି।

ଇଡି ଅନୁସାରେ, ଆର୍. ପ୍ରଶାନ୍ତ ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ। ସେ ବିଦାଡି ନିକଟରେ ଏକ ଫାର୍ମହାଉସ୍‌ ଚଳାଉଥିଲେ, ଯେଉଁଠାରେ ବିଭିନ୍ନ ରାଜ୍ୟରୁ କମ୍‌ ଦାମରେ କିଣାଯାଇଥିବା ନିମ୍ନମାନର ଔଷଧକୁ ପୁନଃ ପ୍ୟାକେଜିଂ କରି ଦାମୀ ଫାଇଜର୍‌ ଔଷଧ ‘ଜାଭିସେଫ୍ଟା’ ଓ ‘ଏମ୍‌ବ୍ଲେଭିଓ’ର ନକଲି ଲେବଲ୍‌ ଔଷଧ ଲଗାଯାଉଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ନକଲି ଔଷଧଗୁଡ଼ିକୁ ନୂଆ ବୋତଲରେ ଭରି ଅସଲି ଔଷଧ କମ୍ପାନୀର ଉତ୍ପାଦ ଭଳି ଲେବଲ୍‌ ଲଗାଯାଉଥିଲା। ପ୍ରଥମେ ‘ଡିଏମ୍‌ ଫାର୍ମାସ୍ୟୁଟିକାଲ୍ସ’ ଏବଂ ପରେ ‘କୃପା ହେଲ୍‌ଥକେୟାର’ ମାଧ୍ୟମରେ ଏହା ବଣ୍ଟନ ହେଉଥିଲା। ଅଭିଯୋଗ ଅନୁସାରେ, କୃପା ହେଲ୍‌ଥକେୟାର ନକଲି ଔଷଧକୁ ଅସଲି ଔଷଧ ସହ ମିଶାଇ ଔଷଧ ଦୋକାନ ଓ ହସ୍ପିଟାଲକୁ ଯୋଗାଉଥିଲା।

ଅଗଷ୍ଟ ୧୮ରେ ଖାଦ୍ୟ ସୁରକ୍ଷା ଓ ଔଷଧ ନିୟନ୍ତ୍ରଣ ବିଭାଗ ବିଦାଡି ଓ ଦୋଦ୍ଦେରି ଅଞ୍ଚଳର ଫାର୍ମହାଉସ୍‌ ଏବଂ ଅନଧିକୃତ ପ୍ୟାକେଜିଂ ୟୁନିଟ୍‌ରେ ଚଢ଼ାଉ କରି ନକଲି ଔଷଧ ଓ ପ୍ୟାକେଜିଂ ସାମଗ୍ରୀ ଜବତ କରିଥିଲା। ଜବତ ଔଷଧର ଆନୁମାନିକ ମୂଲ୍ୟ ୪.୫ରୁ ୫ କୋଟି ଟଙ୍କା ଥିଲା। ଏହି ଔଷଧଗୁଡ଼ିକ ଗୁରୁତର ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଅଭିଯୋଗ ରହିଛି।

Leave A Reply

Your email address will not be published.