ପ୍ରମୁଖ ଖବର

ଗାନ୍ଧି ପରିବାରକୁ ନେଇ ପୋଷ୍ଟ, କଙ୍ଗନାଙ୍କ ନାଁରେ ମାମଲା
ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକା ଯୌନ ନିର୍ଯାତନା ଓ ମାଡ଼ ମାରିବାର ଅଭିଯୋଗ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନିକଟତର: ଜୟଶଙ୍କର
ଓଡ଼ିଶାକୁ ଆଉ ୧ ଲକ୍ଷ ପକ୍କା ଘର ମଞ୍ଜୁର, ବଲାଙ୍ଗୀରରେ ଶିବରାଜଙ୍କ ଘୋଷଣା
ଢେଙ୍କାନାଳ ମେଡିକାଲ୍‌ର ୪ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ

ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ୬୩%

0

ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା ରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାଦ୍ୱାରା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୬୦ ପ୍ରତିଶତରୁ ବୃଦ୍ଧି ପାଇ ୬୩ ପ୍ରତିଶତ ହୋଇଛି। ନୂତନ ହାର ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ନଭେମ୍ବର ମାସର ଦରମା ସହ ବର୍ଦ୍ଧିତ ମହଙ୍ଗା ଭତ୍ତା ନଗଦ ଆକାରରେ ମିଳିବ। ସେହିପରି ପେନସନଭୋଗୀଙ୍କ ମହଙ୍ଗା ରିଲିଫ୍‌ ମଧ୍ୟ ୩ ପ୍ରତିଶତ ବଢ଼ାଯାଇଛି। ନଭେମ୍ବର ମାସର ପେନସନ ସହ ସେମାନଙ୍କୁ ବର୍ଦ୍ଧିତ ରାଶି ମିଳିବ।ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ସାଢ଼େ ୮ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ।

ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବରୁ ରାଜ୍ୟର ସରକାରୀ ଉଦ୍ୟୋଗ (PSU) କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ୨ ପ୍ରତିଶତ ବଢ଼ାଇଥିଲେ ସରକାର। ସଂଶୋଧିତ ଦରମା ହାର-୨୦୧୭ ଅନୁଯାୟୀ, ଯୋଗ୍ୟ PSU କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହି ବର୍ଦ୍ଧିତ ହାର ୨୦୨୬ ଜାନୁଆରୀ ୧ରୁ ପିଛିଲା ଭାବେ ଲାଗୁ ହୋଇଥିଲା। ଏନେଇ ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ମୋଟାମୋଟି ଭାବେ, ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌ରେ ଏହି ବୃଦ୍ଧି ରାଜ୍ୟର ଲକ୍ଷାଧିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବ।

Leave A Reply

Your email address will not be published.