ପ୍ରମୁଖ ଖବର

ବାତ୍ୟା ଆଶଙ୍କା: ମାଲକାନଗିରିରେ ୧୯ ଓ ୨୦ରେ ସ୍କୁଲ୍‌, କଲେଜ ଛୁଟି
ଆଇପିଏଲ୍‌ରୁ ସନ୍ନ୍ୟାସ ନେଲେ ଧୋନି
ଭାସ୍କର ଜ୍ୟୋତି ଶର୍ମାଙ୍କୁ ଓଏଫଡିସି ଅଧ୍ୟକ୍ଷ ଦାୟିତ୍ୱ
ଦିଲ୍ଲୀରେ ପୁରୁଣା କୋଠାର ଛାତ ଭୁଶୁଡ଼ି ୨ ମୃତ, ୪ ଆହତ
ସରକାରୀ କର୍ମଚାରୀଙ୍କ ୩% ବଢ଼ିଲା ମହଙ୍ଗା ଭତ୍ତା, ଏବେ ମିଳିବ ୬୩%
ଶୀତ ଅଧିବେଶନ ପାଇଁ କଡ଼ା ସୁରକ୍ଷା, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ଦିଲ୍ଲୀରେ ପୁରୁଣା କୋଠାର ଛାତ ଭୁଶୁଡ଼ି ୨ ମୃତ, ୪ ଆହତ

0

ନୂଆଦିଲ୍ଲୀ:ଦିଲ୍ଲୀର ଶାହଦରା ଜିଲ୍ଲା ଅନ୍ତର୍ଗତ ଉଜ୍ବଳା ନଗରରେ ଏକ ପୁରୁଣା କୋଠାର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଘଟିଥିବା ଏହି ଦୁର୍ଘଟଣା ପରେ ପୋଲିସ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ସକାଳ ପ୍ରାୟ ୧୦ଟା ୯ ମିନିଟ୍‌ରେ ବିବେକ ବିହାର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। କୋଠାର ଛାତ ଭୁଶୁଡ଼ିବା ପରେ ଭଙ୍ଗା କଂକ୍ରିଟ୍‌ ତଳେ ଲୋକେ ଫସି ରହିଥିବା ନେଇ ପିସିଆର୍‌କୁ ଖବର ମିଳିଥିଲା। ଉଦ୍ଧାର ହୋଇଥିବା ୬ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ୩ ବର୍ଷୀୟ ଖୁସବୁ ଓ ୩୦ ବର୍ଷୀୟ ପିଣ୍ଟୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତମାନେ ହେଲେ ୨୭ ବର୍ଷୀୟ ଦେବାଂଶ, ୩୫ ବର୍ଷୀୟ ବିକେଶ, ୨୫ ବର୍ଷୀୟ ଆକାଶ ଓ ୨୨ ବର୍ଷୀୟ ଦିଲ୍ଲୀପ। କୋଠାଟି ସୁରେନ୍ଦ୍ର ସିଂଙ୍କ ନାମରେ ଥିବାବେଳେ ମୃତାହତମାନେ ସମସ୍ତେ ଭଡ଼ାଟିଆ ବୋଲି ଜଣାପଡ଼ିଛି। ଶାହଦରା ଡିସିପି ରାଜେନ୍ଦ୍ର ପ୍ରସାଦ ମୀଣାଙ୍କ କହିବାନୁଯାୟୀ, ଘଟଣାର ତଦନ୍ତ ଚାଲିଛି। ଆବଶ୍ୟକ ପଡ଼ିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ ନର୍ଥ ଏମସିଡି ଅଧ୍ୟକ୍ଷ ପଙ୍କଜ ଲୁଥରାଙ୍କ ସୂଚନା ଅନୁସାରେ, କୋଠାଟି ପ୍ରାୟ ୪୦ରୁ ୫୦ ବର୍ଷ ପୁରୁଣା ଥିଲା। ଏହି ଘଟଣା ପରେ ଦିଲ୍ଲୀର ପୁରୁଣା ଓ ବିପଦସଙ୍କୁଳ କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ଦାବି ଜୋର ଧରିଛି।

Leave A Reply

Your email address will not be published.