ପ୍ରମୁଖ ଖବର

୨୦୨୯ ସୁଦ୍ଧା ଭାରତ-ଇଟାଲୀ ବାଣିଜ୍ୟ ୨୦ ବିଲିୟନ ୟୁରୋ ଲକ୍ଷ୍ୟ
ଭାରତର ପ୍ରଥମ ସ୍ୱଦେଶୀ ବାର୍ଡ ଫ୍ଲୁ ଟିକା ବିକଶିତ
ନଭେମ୍ବର ୧୯ରେ ଶିଳ୍ପ ସମ୍ମିଳନୀ ଉଦ୍‌ଘାଟନ କରିବେ ମୋଦୀ
ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ପାର୍ସଲ ବଗିକୁ ବ୍ୟାପିଲା ନିଆଁ
ଉତ୍ତରପ୍ରଦେଶରେ ତୃତୀୟ ଥର ସରକାର ଗଠନ ନେଇ ଯୋଗୀଙ୍କ ଆଶା
ବିହାରରେ ସେନ୍‌କୋ ଗୋଲ୍ଡରୁ ୪୦ କୋଟିର ଅଳଙ୍କାର ଲୁଟ୍‌

ଜବଲପୁର ରେଳ ଷ୍ଟେସନରେ ଅଗ୍ନିକାଣ୍ଡ

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ବୁଧବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ନିର୍ମାଣାଧୀନ ଏକ ଖାଦ୍ୟ ଷ୍ଟଲ୍‌ରେ ଲାଗିଥିବା ନିଆଁ ନିକଟରେ ଛିଡ଼ା ହୋଇଥିବା ପାର୍ସଲ ବଗିକୁ ବ୍ୟାପିବା ସହ ପ୍ଲାଟଫର୍ମର ଛାତର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

ରେଳବାଇ ଅଧିକାରୀଙ୍କ ସୂଚନାନୁସାରେ, ଅପରାହ୍ଣ ପ୍ରାୟ ୩ଟା ୪୫ରେ ଷ୍ଟଲ୍‌ରେ ନିଆଁ ଲାଗିଥିଲା। ଏହାକୁ ଦେଖି ପ୍ଲାଟଫର୍ମରେ ଆତଙ୍କ ଖେଳିଯାଇଥିଲା। ତେବେ ଷ୍ଟେସନ କର୍ମଚାରୀମାନେ ତୁରନ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ଓ ହାଇଡ୍ରାଣ୍ଟ ସାହାଯ୍ୟରେ ମାତ୍ର ୧୦ ମିନିଟ୍‌ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶଶାଙ୍କ ଗୁପ୍ତା କହିଛନ୍ତି, ଷ୍ଟଲ୍‌ଟି ନିର୍ମାଣାଧୀନ ଥିବାରୁ ଏହାର କାର୍ଯ୍ୟ ଆରମ୍ଭ ହୋଇନଥିଲା। ଷ୍ଟଲ୍‌ରେ ରଖାଯାଇଥିବା ବିସ୍କୁଟ୍‌, ସ୍ନାକ୍ସ ଓ ଅନ୍ୟାନ୍ୟ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଛି।

ପ୍ରାଥମିକ ଅନୁଧ୍ୟାନରୁ ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ପ୍ଲାଟଫର୍ମ ନମ୍ବର ୧ର ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଛି। ଷ୍ଟଲ୍‌, ପାର୍ସଲ ବଗି ଓ ରେଳବାଇ ସମ୍ପତ୍ତିର କ୍ଷୟକ୍ଷତି ଆକଳନ ସହ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ରିପୋର୍ଟ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଓ କ୍ଷୟକ୍ଷତିର ପରିମାଣ ସ୍ପଷ୍ଟ ହେବ।

Leave A Reply

Your email address will not be published.