ପ୍ରମୁଖ ଖବର

ଥାନାରେ ପୁଲିସର ଆଚରଣ ପାଇଁ ଆସିବ ମାର୍ଗଦର୍ଶିକା, ସବୁ ପୁଲିସ ଶିଖିବେ ସିସିଟିଭି କ୍ୟାମେରା ପରିଚାଳନା
ହରିୟାଣା ନିର୍ବାଚନ ଫଳାଫଳ: ଜୁଲାନା ଆସନରୁ ଜିତିଲେ ଭିନେଶ ଫୋଗାଟ
OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ
ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେଲେ ମିଥୁନ ଚକ୍ରବର୍ତ୍ତୀ
ବିଧାନସଭା ନିର୍ବାଚନରେ ମିଥ୍ୟା ତଥ୍ୟ ଦାଖଲ ନେଇ ଲକ୍ଷ୍ମଣ ବାଗଙ୍କୁ ଝଟ୍‌କା
‘ଦମନ’କୁ ମିଳିଲା ଜାତୀୟ ପୁରସ୍କା
ଓମାର ଅବଦୁଲ୍ଲା ହେବେ ଜାମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ବିଜେଡିର କମ୍, ବିଜେପିର ବେଶୀ ଦରକାର

0
  • ପ୍ରତାପଙ୍କ ପାଇଁ ବାଲେଶ୍ବର, ଧର୍ମେନ୍ଦ୍ରଙ୍କ ପାଇଁ ତିର୍ତ୍ତୋଲ ଜିତିବା ଗୁରୁତ୍ବପୂର୍ଣ୍ଣ
  • ପ୍ରାର୍ଥିତ୍ବ ଚୟନ ବିଜେଡି ପାଇଁ ବଡ଼ ସମସ୍ୟା, ଉପନିର୍ବାଚନରେ ଦଳର ରେକର୍ଡ ଭଲ

ଭୁବନେଶ୍ବର: ଯେ କୌଣସି ମୁହୂର୍ତରେ ଭାରତର ନିର୍ବାଚନ ଆୟୋଗ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଆସନ ଲାଗି ଉପନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ନିର୍ବାଚନ ବି ବେଶୀ ଡେରି ହେବ ନାହିଁ। ରାଜନୈତିକ ପାଣିପାଗ ଏଭଳି ସଙ୍କେତ ଦେଉଛି। ବିଜେଡି-ବିଜେପି ଓ କଂଗ୍ରେସ ଏହି ଉପନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିସାରିଲେଣି।

ହେଲେ ରାଜନୈତିକ ପର୍ଯ୍ୟବେକ୍ଷକମହଲର ମତ ହେଉଛି, ଉପନିର୍ବାଚନରେ ଜିତିବା ବିଜେଡି ଅପେକ୍ଷାର ବିଜେପିର ଆବଶ୍ୟକତା ରହିଛି। ଯଦି ବାଲେଶ୍ବରରେ ନ ଜିତେ, ତେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପତିଆରା ଗଲା ଜାଣ। ଆଉ ତିର୍ତ୍ତୋଲରେ ନ ଜିତିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ପାରାଦୀପ ରାଜନୀତିରେ ବିଜେପି ପଶିବା କାଠିକର ପାଠ ହେବ। ପାରାଦୀପରେ ତାଙ୍କ ମନ୍ତ୍ରାଳୟର ଏକାଧିକ ପ୍ରକଳ୍ପ ଏବେ କାର୍ଯ୍ୟକାରୀ ହେଉଥିବା ପରିପ୍ରେକ୍ଷୀରେ ଧର୍ମେନ୍ଦ୍ରଙ୍କ ପାଇଁ ଏହି ଉପନିର୍ବାଚନ ଏସିଡ୍ ଟେଷ୍ଟ ଭଳି ହେବ।

ବାଲେଶ୍ବର ଆସନଟି ବିଜେପି ହାତରେ ଥିଲା। ବିଜେଡିକୁ ପରାହତ କରି ସେଠାରେ ମଦନ ମୋହନ ଦତ୍ତ ଜିତିଥିଲେ। ତାଙ୍କ ପୁଅ ମାନସ ଦତ୍ତଙ୍କୁ ଦଳ ସାମ୍ନାକୁ ଆଣିଛି। ତାଙ୍କ ନିର୍ବାଚନମଣ୍ଡଳୀ ସଂଯୋଜକ ନିଯୁକ୍ତି ଦିଆଯାଇଥିବା ପରିପ୍ରେକ୍ଷୀରେ ଟିକେଟ୍ ମିଳିବା ସମ୍ଭାବନା କମ୍। ଦଳ ସେଠାରୁ ଖାରବେଳ ସ୍ବାଇଁଙ୍କୁ ଲଢାଇପାରେ। ଏମିତି ହେଲେ ଉଭୟ ପକ୍ଷକୁ ସନ୍ତୁଷ୍ଟ ହୋଇପାରିବ ଓ ପ୍ରାର୍ଥିତ୍ବ ଦୌଡରେ ବିଜେପି ଯଥେଷ୍ଟ ଆଗରେ ରହିବ। ବିଧାନସଭାକୁ ଯଦି ଖାରବେଳ ଆସନ୍ତି, ତେବେ ସରକାରଙ୍କୁ ଚେକ୍ ଦେବାରେ ବି ସକ୍ଷମ ହେବେ।

ହେଲେ ବାଲେଶ୍ବର ଜିଲ୍ଲାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଜେପିରୁ ପ୍ରତିନିଧିତ୍ବ କରୁଥିବାରୁ ତାଙ୍କ ଉପରେ ଅଧିକ ଚାପ ରହିବ। ଯଦି ବିଜେପି ହାତରୁ ଆସନ ଚାଲିଯାଏ, ତେବେ ବେଶୀ ଦୋଷ ପ୍ରତାପଙ୍କର ଧରିନିଆଯିବ। ଏପରିସ୍ଥଳେ, ରାଜ୍ୟ ରାଜନୀତିରେ ତାଙ୍କ ପତିଆରା ଓ ପ୍ରଭାବ କମିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ବିଜେଡି ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟ ରବି ଜେନା ଗୋଷ୍ଠୀ ଏବଂ ଜୀବନ ପ୍ରଦୀପ ଦାଶଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିବାରେ ସକ୍ଷମ ହୋଇଛି, ତଥାପି ଚଳଚ୍ଚିତ୍ର ତାରକା ଅରିନ୍ଦମଙ୍କ ଭଳି ପ୍ରାର୍ଥୀଙ୍କୁ ଯଦି ସାମ୍ନାକୁ ଅଣାଯାଏ, ତେବେ ଏହା ଯଥେଷ୍ଟ କ୍ଷତି ପହଞ୍ଚାଇପାରେ। ବିଜେଡି ପାଇଁ ଟିକେଟ୍ ଚୟନ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। କଂଗ୍ରେସ ନବଜ୍ୟୋତି ପଟ୍ଟନାୟକଙ୍କୁ ଆଗରେ ରଖିଥିଲେ ହେଁ, ସେ ନିର୍ବାଚନ ଲଢିବା ସମ୍ଭାବନା କମ୍। ଦଳ ଯେତେ ଦୁର୍ବଳ ପ୍ରାର୍ଥୀ ଦେବ, ଏଥର ଲାଭ ସେତେ ବେଶୀ ବିଜେଡି ନୁହେଁ, ବରଂ ବିଜେପିକୁ ଯିବ, ଏଭଳି ଗୋଟିଏ ଭିତିରିଆ ସମୀକରଣ ହୋଇଛି।

ତିର୍ତ୍ତୋଲ ଆସନରେ ବିଜେଡିର ଏକତରଫା ଦବଦବା ରହିଛି। ହେଲେ ଏଠାରେ ବି ସେହି ଟିକେଟ ସମସ୍ୟା ରହିଛି। ଦଳ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କରକୁ ଦେଲେ ଭିତରୁ କଡ଼ା ବିରୋଧ ସାମ୍ନା କରିବ। ଦେଲେ ବି ସେୟା ହେବ। କାରଣ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ଆଖି ଏହି ଆସନ ଉପରେ ରହିଛି। ଏପରିସ୍ଥଳେ ପୂର୍ବତନ ସାଂସଦ କୁଳମଣି ସାମଲଙ୍କ ଭଳି ଜଣେ ନରମ ପନ୍ଥୀ ନେତାଙ୍କ ଉପରେ ହାଇକମାଣ୍ଡଙ୍କ ନଜର ରହିଛି।

ହେଲେ ଏହି ଆସନ ଏବେ ବିଜେପି ପାଇଁ ଅନେକ ଗୁରୁତ୍ବ ରଖେ। ବିଶେଷକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ। ଜଗତସିଂହପୁର ଭାୟା ଦେଇ ଦଳ ଯଦି ଉପକୂଳରେ ପ୍ରବେଶ ନ କରିବ, ତେବେ ଆଗକୁ ମହଙ୍ଗା ପଡିପାରେ। ଏମିତିରେ ବି ପାରାଦୀପରେ ଆଇଓସିଏଲର ହଜାର ହଜାର କୋଟି ନିବେଶ ହୋଇଛି। ଯଦି ବିଜେପି ନ ଜିତିବ, ତେବେ କେନ୍ଦ୍ରମନ୍ତ୍ରୀଙ୍କ ପତିଆରା ଉପରେ ପ୍ରଶ୍ନ ଚିହ୍ନ ଲାଗିବ। ଏଥିପାଇଁ ଧର୍ମେନ୍ଦ୍ର ନିଜର ଖାସ୍ ଅନୁଗତ ଶାରଦା ପ୍ରଧାନଙ୍କୁ ଏଠାରେ ସଂଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି। ବିଜେଡିର ଯେଉଁ ନେତାମାନଙ୍କୁ ଦାୟିତ୍ବ ଦିଆଯିବ, ସେମାନଙ୍କୁ ସିବିଆଇ ଛାଟରେ ବିଜେପି ନିଜ ଆଡ଼କୁ ଆଣିପାରେ ବୋଲି ରାଜନୈତିକ ପଣ୍ଡିତମାନେ ଗଣିତ କଷୁଛନ୍ତି। କଂଗ୍ରେସ ସଂଗଠନ ଓ ବିଜେଡି ଅସନ୍ତୋଷକୁ ଧରି ବିଜେପି ଏହି ଆସନ ହାତେଇବାକୁ ନଜର ରଖିଛି।

ଏଠାରେ କଂଗ୍ରେସକୁ ଆରମ୍ଭରୁ ଝଟ୍‌କା ଲାଗିସାରିଛି। ଦଳର ଜଣେ ଟାଣୁଆ ନେତା ତଥା ପୂର୍ବତନ ପ୍ରାର୍ଥୀ ରାଜକିଶୋର ବେହେରା ଏବେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପ୍ରାର୍ଥୀ କରି ଯଦି ଆଗକୁ ଆଣିବା ସମ୍ଭାବନା ଅଧିକ।

ମୋଟାମୋଟି ଭାବେ ତିର୍ତ୍ତୋଲ ଆସନ ହରାଇଲେ ବି ବିଜେଡି ପାଇଁ ବେଶୀ ଫରକ ପଡ଼ିବନି। କିନ୍ତୁ ବିଜେପି ପାଇଁ ଏହି ଉପନିର୍ବାଚନ ଯଥେଷ୍ଟ ଗୁରୁତ୍ବ ରଖେ। ଏଠାରେ ଉଲ୍ଲେଖଥାଉକି, ଉପନିର୍ବାଚନ ଇତିହାସରେ ବିଜେଡର ପଲା ବେଶ୍ ଭାରି ରହିଛି। ଦଳ ସବୁଠାରେ ତାର ଶ୍ରେଷ୍ଠ ପ୍ରଦର୍ଶନ କରିଛି। ବିଜେପୁରରେ ତ ପାଖାପାଖି ଲକ୍ଷେ ଭୋଟ ବ୍ୟବଧାନରେ ଜିତି ଦଳ ବିଜେପିକୁ ନିର୍ବାଚନ ପରେ ପରେ ଚକ୍‌ମା ଦେଖାଇଛି।

Leave A Reply

Your email address will not be published.