ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଅପରାଜିତା ବିଜେପି ଜାତୀୟ ମୁଖପାତ୍ର

0
  • ଜେ ପି ନଡ୍ଡାଙ୍କ ଟିମ୍‌ରେ ଓଡ଼ିଶାରୁ ଚାରି ନେତା
  • ବୈଜୟନ୍ତ ଉପସଭାପତି ପଦ ବଜାୟ ରଖିଲେ
  • ସାଂସଦ ବିଶେଶ୍ବର ଟୁଡୁଙ୍କୁ ସଂପାଦକ ଭାବେ ନିଯୁକ୍ତି
  • ସମ୍ବିତ ପାତ୍ର ଜାତୀୟ ମୁଖପାତ୍ର ଭାବେ କାର୍ଯ୍ୟକରିବେ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଆଜି ତାଙ୍କର ନୂଆ ଟିମ୍ ଘୋଷଣା କରିଛନ୍ତି। ଏଥିରେ ୧୨ଜଣ ଉପସଭାପତି, ୮ଜଣ ସାଧାରଣ ସଂପାଦକ ଅଛନ୍ତି। ବିଏଲ୍ ସନ୍ତୋଷ ପୁଣି ଥରେ ସଂଗଠନ ସଂପାଦକ ପଦବିରେ ନିଯୁକ୍ତି ପାଇଛନ୍ତି। ଏମାନଙ୍କ ବ୍ୟତୀତ ୩ଜଣ ଯୁଗ୍ମ ସଧାରଣ ସଂପାଦକ, ୧୩ ଜଣ ସଂପାଦକ ଏବଂ ୨୩ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଉପସଭାପତି ଭାବେ ପୁଣି ଥରେ ମନୋନୀତ ହୋଇଛନ୍ତି। ସଂପାଦକ ଭାବେ ସାଂସଦ ବିଶେଶ୍ବର ଟୁଡୁଙ୍କୁ ନିଆଯାଇଥିବା ବେଳେ ଜାତୀୟ ମୁଖପାତ୍ର ତାଲିକାରେ ଦୁଇ ଓଡ଼ିଆଙ୍କୁ ସ୍ତାନ ମିଳିଛି। ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହିତ ଏହି ତାଲିକାରେ ଏଥର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରହିଛି। ଅପରାଜିତାଙ୍କୁ ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ଦେବା ଓ ଓଡ଼ିଶାରୁ ଦୁଇଜଣଙ୍କୁ ସାମିଲ କରାଯିବା ଘଟଣାକୁ ରାଜନୈତିକ ମହଲ ଗମ୍ଭୀରତାର ସହିତ ନେଉଛନ୍ତି। ଓଡ଼ିଶା ବିରୋଧରେ ବିଜେପି ଜାତୀୟ ସ୍ତରରେ ସ୍ବର ଅଧିକ ଶାଣିତ କରିପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.