ପ୍ରମୁଖ ଖବର

ଜଗନ୍ନାଥବଲ୍ଲଭ ପାର୍କିଂରୁ ତଳକୁ ଖସିଲା ବୋଲୋରୋ, ଡ୍ରାଇଭର ଗୁରୁତର
ସବୁ ଥାନାରୁ ହଟିବ ଜବତ ଗାଡ଼ି: ମେୟର
ଯୌତୁକ ବର୍ବରତା: ପୁଅ ଆଗରେ ମାଆକୁ ଜିଅନ୍ତା ପୋଡିଲା ବାପା
ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ
ସମ୍ବଲପୁରରେ ହେବ ଓୟୁଏଟିର ନୂଆ କ୍ୟାମ୍ପସ: ଉପମୁଖ୍ୟମନ୍ତ୍ରୀ
ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ
ଗୃହବନ୍ଦୀ ହେଲେ ଚମ୍ପାଇ ସୋରେନ
ବେଟିଂ ରାକେଟରେ ସଂପୃକ୍ତିି; କଂଗ୍ରେସ ବିଧାୟକ ଗିରଫ

ବିଜେଡି ପ୍ରାର୍ଥୀ ଚୂଡାନ୍ତ, ଯେ କୌଣସି ମୁହୂର୍ତ୍ତରେ ଘୋଷଣା

0

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସେପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଜେଡି ଉଭୟ ଆସନ ଲାଗି ପ୍ରାର୍ଥୀ ଚୟନ ଚୂଡାନ୍ତ କରିଛି। ଯେ କୌଣସି ମୁହୂର୍ତ୍ତରେ ବିଜେଡି ମୁଖିଆ ଏହି ତାଲିକା ଉପରେ ମୋହର ଲଗାଇପାରନ୍ତି।

ବିଜେଡି କ୍ଷମତା ଅଳିନ୍ଦ ଖବର ଅନୁସାରେ, ତିର୍ତ୍ତୋଲ ଆସନରେ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ପ୍ରାର୍ଥୀ ହେବା ସମ୍ଭାବନା ଉଜ୍ଜ୍ୱଳ। ଏନେଇ ଏକପ୍ରକାର ସହମତି ହେବାପରେ ଦଳୀୟ ନେତାମାନେ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି।

ସେହିପରି ଆଜି ବିଳମ୍ବିତ ରାତିରେ ବାଲେଶ୍ୱର ଆସନ ପାଇଁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିବା ନେଇ ସହମତି ହୋଇଛି। ବିଜେଡି ସର୍ଭେ ସଂକେତ ଦେଉଛି ଯେ ରବି ଜେନାଙ୍କ ବ୍ୟତୀତ ଅନ୍ୟ କେହି ନିର୍ବାଚନ ଜିତିବା କଷ୍ଟସାଧ୍ୟ ହୋଇପାରେ। ଏପରିକି ତାଙ୍କ ପତ୍ନୀଙ୍କ ପ୍ରାର୍ଥୀତ୍ବ ପ୍ରତି ବିଶେଷ ଜନ ସମର୍ଥନ ନାହିଁ। ଅରୁଣ ଦେ ଜଣେ ଭଲ ପ୍ରାର୍ଥୀ ହୋଇଥିଲେ ହେଁ ଅସୁସ୍ଥତା ତାଙ୍କ ପାଇଁ ବଡ ସମସ୍ୟା ହୋଇଛି।

ରବିଙ୍କୁ ପ୍ରାର୍ଥୀ କରିବା ସହ ବିଜେଡି ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କୁ ଥଇଥାନ କରିବା ସମ୍ଭାବନା ବଢିଯାଇଛି। ଯଦି ବିଜେଡି ଭଲ ଭୋଟରେ ଜିତିବ ତେବେ ଦଳ ଶ୍ରୀ ଦାଶଙ୍କୁ ଏକ ଭଲ ନିଗମ ଦେବାକୁ ବିଚାର କରୁଛି। ଏହାଦ୍ୱାରା ବିଜେଡି ଜିଲ୍ଲା ରାଜନୀତିରେ ଭାରସାମ୍ୟ ରଖିବ। ରବି ଜେନା ଜିତିଲେ ଦଳ ତାଙ୍କୁ ମନ୍ତ୍ରୀ ପଦ ଦେଇପାରେ।

ଦଳର ଆଉ ଗୋଟେ ଗୋଷ୍ଠୀ ଟିକେଟ ରହସ୍ୟ ବଢାଇବା ପାଇଁ ଜଣେ ନୂଆ ପ୍ରାର୍ଥୀ ଦିଆଯିବ ବୋଲି କହୁଛନ୍ତି। କିନ୍ତୁ ରାଜନୈତିକ ମହଲ ବିଚାର କରୁଛନ୍ତି, ରବିଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ଟିକେଟ ପାଇଲେ ଆସନ ବିଜେପି ହାତରୁ ଛଡ଼ାଇବା ବିଜେଡି ପାଇଁ କଷ୍ଟସାଧ୍ୟ ହେବ।

Leave A Reply

Your email address will not be published.