ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଯେବେ ବାପା ଓ ମାଆ ସ୍ବାର୍ଥପର ହୁଅନ୍ତି!

0

ଭୁବନେଶ୍ବର: ଦୁନିଆ କହେ ନିସ୍ବାର୍ଥପର ଭଲ ପାଇବା କେବଳ ବାପା,ମାଆଙ୍କ ପାଖରୁ ମିଳେ। କିନ୍ତୁ ଏମିତି ଗୋଟିଏ ନିଷ୍ଠୁର ଅଭିଭାବକ ସାମ୍ନାକୁ ଆସିଛନ୍ତି, ଯାହାଙ୍କ କାରନାମା ଯେ କୌଣସି ନିର୍ଦୟ ଲୋକର ହୃଦୟକୁ ତରଳାଇ ଦେବ। ନିଜର ଖୁସି ପାଇଁ ନିଜର ସନ୍ତାନକୁ ବିକ୍ରି କରିଦେବା ଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ଦୈନିକ ଓଡ଼ିଆ ଖବରକାଗଜ ସମ୍ବାଦରେ ପ୍ରକାଶ ପାଇଥିବା ଏହି ଖବର ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ତଥା ସାମାଜିକ ସଂଗଠନ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅର୍ନ୍ତଗତ କିଆଙ୍ଗ ପଞ୍ଚାୟତ। ସ୍ଥାନୀୟ ତେଲବାଗେଚା ଅଞ୍ଚଳର ଗୋଟିଏ ଦମ୍ପତ୍ତି ସେମାନଙ୍କ ବୈବାହିକ ଜୀବନରେ ପୂର୍ଣ୍ଣଛେଦ ଟାଣି ନୂଆ ସାଥୀ ସହିତ ନୂଆ ଜୀବନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଲେ। ପରସ୍ପରକୁ ଛାଡ଼ପତ୍ର ଦେଲେ। ହେଲେ ନିଜର ୯ବର୍ଷର ପୁଅକୁ କିନ୍ତୁ କେହି ପାଖରେ ରଖିବାକୁ ରାଜି ହେଲେନି। ବରଂ ନିଜ ପୁଅକୁ ବିକ୍ରି କରିଦେଇଥିଲେ।

ଗାଁର ଜଣେ ବ୍ୟକ୍ତିକୁ ସେମାନେ ପୁୁଅକୁ ବିକି ଦେଲେ। ଯେଉଁ ବୟସରେ ବାପା,ମାଆଙ୍କ ଆଦର,ଯତ୍ନ ପାଇବା କଥା ବରଂ ସେଥିରୁ ବଞ୍ଚିତ ହୋଇ ଅନ୍ୟର କ୍ରୀତଦାସ ସାଜିଥିଲା। ନିଷ୍ପାପ ପିଲାଟିକୁ କିଣିଥିବା ବ୍ୟକ୍ତି ଜଣକ ଗୋତି ଶ୍ରମିକ ଭଳି ଦିନରାତି ତାକୁ ଖଟାଇ ଥିଲେ ଏବଂ କାମରେ ଅବହେଳା କଲେ ମାଡ ମାରିବା ସହ ଖାଇବାକୁ ବି ଦେଉନଥିଲେ। ପିଲାଟି ଏସବୁ ସହି ନପାରି ଲୁଚି ପଳାଇ ଆସିବା ପରେ ଏହି ପ୍ରସଙ୍ଗଟି ସାମ୍ନାକୁ ଆସିଛି।

୯ବର୍ଷର ବାଳକଟି ଦୁଇଦିନ ଧରି ଦୀର୍ଘ ୩୦ କିଲୋମିଟର ଧରି ଚାଲିବା ପରେ ପାଙ୍ଗାମା ପଞ୍ଚାୟତର ସଲପଦ ଗାଁର ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲା। ସେଠାରେ ଅଙ୍ଗନବାଡି କର୍ମୀ ଜୟନ୍ତୀ ପିଲାଟିକୁ ଆଦର କରି ଆଶ୍ବସ୍ତି ଦେବା ପରେ ସେ ସମୁଦାୟ ପ୍ରସଙ୍ଗରେ କହିଥିଲା। ଗୋଟିଏ ନାବାଳକକୁ ବିକ୍ରି କରିଦେବା ଭଳି ଏକ ସାଂଘାତିକ ଘଟଣା ଯେତିକି ଗୁରୁତର, ତାକୁ ପାଠପଢାଇବା ବଦଳରେ ଖଟାଇବା ସେତିକି ବଡ଼ ଅପରାଧ। ଏଭଳିସ୍ଥଳେ ଜିଲ୍ଲା ପ୍ରଶାସନ ଅନୁସନ୍ଧାନ ସହିତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.