ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

କୋଲକାତା ଗଲେ ଆଇପିଏସ୍‌ ଦେବାଶିଷ

0

ଭୁବନେଶ୍ବର: କୋଭିଡ୍‌ ଆକ୍ତାନ୍ତ ପରେ ଗୁରୁତର ହୋଇ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭିଜିଲାନ୍ସ ନିର୍ଦେଶକ ତଥା ବରିଷ୍ଠ ଆଇପିଏସ୍‌ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ କୋଲାକାତାର ଏକ ସ୍ପେସାଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏକ ବିଶେଷଜ୍ଞ ଦଳ କୋଲକାତା ନେଇଛନ୍ତି।ଏହି ଟିମ୍ କୋଲକାତାରୁ ଆସି ଦୁଇଦିନ ଧରି ସମୁଦାୟ ସ୍ଥିତିକୁ ନଜର ରଖିଥିଲେ।

ଆଜି ସକାଳେ ପୁଲିସ ପକ୍ଷରୁ ଗ୍ରିନ୍ କରିଡର କରାଯାଇଥିଲା। ଏହି କରିଡ଼ରରେ ଶ୍ରୀ ପାଣିଗ୍ରାହୀ ଅଳ୍ପ କେଇ ମିନିଟ୍ ମଧ୍ୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ। ବରିଷ୍ଠ ପୁଲିସ ଅଧିକାରୀମାନେ ରହି ସମୁଦାୟ ସ୍ଥିତି ନିୟନ୍ତ୍ରଣ କରିଥିଲେ।

କରୋନାରେ ଆକ୍ରାନ୍ତ ହୋଇ ଗତ ୨୯ ତାରିଖରୁ ଦେବାଶିଷ ପାଣିଗ୍ରାହୀ କଟକ ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭେଣ୍ଟିଲେଣ୍ଟରରେ ରଖାଯାଇଥିଲା। ଏକ୍‌ମୋ ଚିକିତ୍ସା ଜରୁରୀ ହୋଇଥିବା ପରିପ୍ରେକ୍ଷୀରେ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା ହୋଇଥିଲା। ବ୍ୟାପକ ବିଚାର ଆଲୋଚନା ପରେ କୋଲକାତାରେ ତାଙ୍କର ପରବର୍ତ୍ତୀ ଚିକିତ୍ସା ପାଇଁ ନିଷ୍ପତ୍ତି ହୋଇ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।

Leave A Reply

Your email address will not be published.