ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବନ୍ୟା ଭୟ ଧରି ଆସୁଛି ବଡ଼ ବର୍ଷା, ବିତ୍ପାତ କରିପାରେ

0

ଭୁବନେଶ୍ବର: ବିପଜ୍ଜନକ ନଦୀ ବନ୍ଧ ପ୍ରତି ନଜର ରଖ। ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଏଡ଼ାଇ ଦିଆଯାଇନପାରେ। ତଳିଆ ଅଞ୍ଚଳରେ ପାଣି ଜମିପାରେ। ଭୂସ୍ଖଳନ ବି ହୋଇପାରେ। ଏଣୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ଦରକାର। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ଆଜି ସବୁ ଜିଲ୍ଲାର ଜିଲ୍ଲାପାଳ, ପୌର କମିସନଙ୍କୁ ଏଭଳି ନିର୍ଦେଶନାମା ଜାରି କରିଛନ୍ତି। ଲଘୁଚାପ ପ୍ରଭାବରେ ୧୦ ତାରିଖରୁ ୧୪ ତାରିଖ ରାଜ୍ୟରେ ବଡ଼ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଏଭଳି ସତର୍କତା ଜାରି କରାଯାଇଛି।

ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀକୁ ଆସନ୍ତାକାଲି ସୁଦ୍ଧା ଫେରି ଆସିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ବନ୍ୟା ସଂପର୍କିତ ସମସ୍ତ କଣ୍ଟ୍ରୋଲ ରୁମକୁ ୨୪ ଘଣ୍ଟିଆ ଖୋଲିବାକୁ ନିର୍ଦେଶ ଦିଆଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାର ପ୍ରଭାବରେ ନବ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଣୁ ଏ ସଂକ୍ରାନ୍ତ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲାପାଳମାନଙ୍କୁ ଏସ୍‌ଆର୍‌ସି କହିଛନ୍ତି। ଏପରିକି ବାତ୍ୟା ଆଶ୍ରୟସ୍ଥଳ ପ୍ରସ୍ତୁତ କରିବା ରଖିବା ଏବଂ ଡଙ୍ଗା ତଥା ଅଗ୍ନିଶମ ବିଭାଗକୁ ସଜାଗ ରଖିବା ଲାଗି ନିର୍ଦେଶ ଦିଆଯାଇଛି।

ଏଠାରେ ଉଲ୍ଲେଖଥାଉକି, ଏହି ଲଘୁଚାପ ସହିତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ। ରଜ ମଧ୍ୟରେ ଏଥିରେ ଭିିଜିପାରେ।

Leave A Reply

Your email address will not be published.