ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବର୍ଷା ସାରିଦେବ ରଜ ମଉଜ

0

ଭୁବନେଶ୍ବର: ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ ତାରିଖରେ ଅନେକ ସ୍ଥାନରେ ଭାରି ବର୍ଷା ହେବ। ଅନେକ ସ୍ଥାନରେ ସମୁଦାୟ ବର୍ଷା ପରିମାଣ ୧୫୦ ମିମି ପର୍ଯ୍ୟନ୍ତ ବଢିଯାଇପାରେ। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଭୀଷଣ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟର କେତେକ ନଦୀ ଫୁଲିପାରେ।ପାଣିପାଗ ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ଆକଳନ କହୁଛି, ଆଜି ସକାଳେ ଲଘୁଚାପର କେନ୍ଦ୍ରସ୍ଥଳ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିଥିଲା। ଏହା ୪୮ ଘଣ୍ଟା ଭିତରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ଓଢ଼ିଶା ଉପରେ ରହିବ। ୧୭ ତାରିଖରେ ଝାଡ଼ଖଣ୍ଡ ଉପରକୁ ଯାଇପାରେ।

ତେବେ ୧୪ ଓ ୧୫ ତାରିଖରେ ସବୁଠାରୁ ଅଧିକ ବର୍ଷା ଉପକୂଳ ଅଞ୍ଚଳରେ ହିଁ ହେବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୪ ତାରିଖରୁ ୧୬ ତାରିଖ, ଉତ୍ତର ପଶ୍ଚିମ ଓଡ଼ିଶାରେ ୧୫ରୁ ୧୭ ତାରିଖ ଏବଂ ବାକି ଉତ୍ତର ଓଡ଼ିଶାରେ ୧୪ରୁ ୧୬ ତାରିଖ ମଧ୍ୟରେ ବର୍ଷା ହେବ। ଏହି ବର୍ଷାରେ ବୈତରଣୀ ନଦୀ ଫୁଲିବା ସମ୍ଭାବନା ଅଧିକ। ଉଭୟ ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷା କାରଣରୁ ସୁବର୍ଣ୍ଣରେଖା ମଧ୍ୟ ଫୁଲିବାର ସମ୍ଭାବନା ଅଛି। ସେହିପରି ତେଲ, ବ୍ରାହ୍ମଣୀ ଫୁଲିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବନାହିଁ।

ଚାଷୀମାନଙ୍କୁ ପରାମର୍ଶ ଦେଇ ଡ, ପଶୁପାଳକ କହିଛନ୍ତି ଯେ ଏହି ବର୍ଷା ଶେଷ ହେବା ପର୍ଯ୍ୟନ୍ତ ବୁଣାବୁଣି ନ କରି ଅପେକ୍ଷା କରିବାକୁ ହେବ।

Leave A Reply

Your email address will not be published.