ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବର୍ଷା ସାରିଦେବ ରଜ ମଉଜ

0

ଭୁବନେଶ୍ବର: ସାରା ରାଜ୍ୟରେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ୧୪ ଓ ୧୫ ତାରିଖରେ ଅନେକ ସ୍ଥାନରେ ଭାରି ବର୍ଷା ହେବ। ଅନେକ ସ୍ଥାନରେ ସମୁଦାୟ ବର୍ଷା ପରିମାଣ ୧୫୦ ମିମି ପର୍ଯ୍ୟନ୍ତ ବଢିଯାଇପାରେ। କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଭୀଷଣ ବର୍ଷା ସମ୍ଭାବନା ଥିବାରୁ ରାଜ୍ୟର କେତେକ ନଦୀ ଫୁଲିପାରେ।ପାଣିପାଗ ସଂପର୍କରେ ଏଭଳି ପୂର୍ବାନୁମାନ କରିଛନ୍ତି ଡ. ସୁରେନ୍ଦ୍ର ନାଥ ପଶୁପାଳକ।

ତାଙ୍କ ଆକଳନ କହୁଛି, ଆଜି ସକାଳେ ଲଘୁଚାପର କେନ୍ଦ୍ରସ୍ଥଳ ପଶ୍ଚିମବଙ୍ଗ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିଥିଲା। ଏହା ୪୮ ଘଣ୍ଟା ଭିତରେ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହା ଓଢ଼ିଶା ଉପରେ ରହିବ। ୧୭ ତାରିଖରେ ଝାଡ଼ଖଣ୍ଡ ଉପରକୁ ଯାଇପାରେ।

ତେବେ ୧୪ ଓ ୧୫ ତାରିଖରେ ସବୁଠାରୁ ଅଧିକ ବର୍ଷା ଉପକୂଳ ଅଞ୍ଚଳରେ ହିଁ ହେବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୪ ତାରିଖରୁ ୧୬ ତାରିଖ, ଉତ୍ତର ପଶ୍ଚିମ ଓଡ଼ିଶାରେ ୧୫ରୁ ୧୭ ତାରିଖ ଏବଂ ବାକି ଉତ୍ତର ଓଡ଼ିଶାରେ ୧୪ରୁ ୧୬ ତାରିଖ ମଧ୍ୟରେ ବର୍ଷା ହେବ। ଏହି ବର୍ଷାରେ ବୈତରଣୀ ନଦୀ ଫୁଲିବା ସମ୍ଭାବନା ଅଧିକ। ଉଭୟ ଉପରମୁଣ୍ଡ ଏବଂ ତଳମୁଣ୍ଡରେ ବର୍ଷା କାରଣରୁ ସୁବର୍ଣ୍ଣରେଖା ମଧ୍ୟ ଫୁଲିବାର ସମ୍ଭାବନା ଅଛି। ସେହିପରି ତେଲ, ବ୍ରାହ୍ମଣୀ ଫୁଲିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବନାହିଁ।

ଚାଷୀମାନଙ୍କୁ ପରାମର୍ଶ ଦେଇ ଡ, ପଶୁପାଳକ କହିଛନ୍ତି ଯେ ଏହି ବର୍ଷା ଶେଷ ହେବା ପର୍ଯ୍ୟନ୍ତ ବୁଣାବୁଣି ନ କରି ଅପେକ୍ଷା କରିବାକୁ ହେବ।

Leave A Reply

Your email address will not be published.